ଅହମଦାବାଦରେ ବଏଲର ବିସ୍ଫୋରଣ, କାରଖାନା ମାଲିକଙ୍କ ସହ ୨ ମୃତ

ନୂଆପଲ୍ଲୀ: ବିଜେଡି କାର୍ଯ୍ୟାଳୟ ସାମ୍ନାରେ ରାତିଅଧିଆ ବୋମାମାଡ଼

Image Courtesy of Times of India

ଅହମଦାବାଦ : ଗୁଜରାଟର ଅହମଦାବାଦରେ ଏକ ବଡ଼ ଦୁର୍ଘଟଣା ଘଟିଛି। ସହରର ଏକ ପାଉଡର କୋଟିଂ କାରଖାନାରେ ବଏଲର ବିସ୍ଫୋରଣ ଘଟି  କାରଖାନାର ମାଲିକଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ଘଟିଛି। ସହରର ଓଧବ ଅଞ୍ଚଳରେ ଘଟିଥିବା ଏହି ଘଟଣାରେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ଇଣ୍ଡଷ୍ଟ୍ରିଆଲ ବଏଲର ହେଉଛି ଏକ ଉପକରଣ ଯେଉଁଥିରେ ତରଳ ପଦାର୍ଥ ଗରମ କରାଯାଏ ।

ସହକାରୀ ପୁଲିସ କମିଶନର (ଏସିପି) କୁନାଲ ଦେଶାଇ କହିଛନ୍ତି ଯେ ବଏଲରରେ ବିସ୍ଫୋରଣ ଘଟି ବଂଶୀ ପାଉଡର କୋଟିଂ କାରଖାନାର ମାଲିକ ଓ ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ତେବେ ବିସ୍ଫୋରଣର କାରଣ ଜଣାପଡ଼ିନାହିଁ। ବିସ୍ଫୋରଣ ଯୋଗୁଁ କାରଖାନାରେ ନିଆଁ ଲାଗିଥିଲା ଏବଂ ଅଗ୍ନିଶମ ବାହିନୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ବିସ୍ଫୋରଣର କାରଣ ଅନୁସନ୍ଧାନ ପାଇଁ ଫରେନସିକ୍ ସାଇନ୍ସ ଲାବୋରେଟୋରିରୁ ଏକ ଟିମ୍ ଡକାଯାଇଛି ବୋଲି ଦେଶାଇ କହିଛନ୍ତି। ପୁଲିସ ଏକ ଦୁର୍ଘଟଣାଜନିତ ମୃତ୍ୟୁ ମାମଲା ରୁଜୁ କରିଛି ବୋଲି ଏସିପି କହିଛନ୍ତି।

ସେପଟେ ରାଜସ୍ଥାନର ବାରମେର ଜିଲ୍ଲାରେ ଥିବା ଏକ ସ୍କ୍ରାପ୍ ଗୋଦାମରେ ରବିବାର ସକାଳେ ଅଗ୍ନିକାଣ୍ଡ ଘଟିଛି। ଘଟଣା ସମ୍ପର୍କରେ ସୂଚନା ଦେଇ ପୁଲିସ କହିଛି ଯେ କୌଣସି କ୍ଷୟକ୍ଷତିର ଖବର ମିଳିନାହିଁ। ଗୋଦାମଟି ଆବାସିକ ଅଞ୍ଚଳରେ ଅବସ୍ଥିତ ଥିଲା। ଗୋଦାମରେ ନିଆଁ ଲାଗିବା ରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ନିଆଁକୁ ଆୟତ୍ତ କରିବା ପାଇଁ ଦମକଳ ବାହିନୀର ଏକାଧିକ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe