ବାଣ କାରଖାନାରେ ବିସ୍ଫୋରଣ ୫ ମୃତ, ୨୫ ଆହତ

Advertisment
କୋଠଘରେ ବିସ୍ଫୋରଣ : ଦୁଇ ନାବାଳକ ଆହତ

ପାଟନା: ବିହାରରେ ଆଜି ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟି ୫ ଜଣଙ୍କର ପ୍ରାଣହାନି ହୋଇଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି। ବିହାରର ନାଳନ୍ଦା ଜିଲ୍ଲାର ଜଲାପୁର ଅଞ୍ଚଳରେ ଏକ ବେଆଇନ ବାଣ କାରଖାନା ଚାଲିଛି। ଏହାର ପରିଚାଳକ ସପରିବାର ସେହି କାରଖାନା ଗୃହରେ ରହୁଥିଲେ। ତେବେ କୌଣସି କାରଣରୁ ବିସ୍ଫୋରଣ ହେବାରୁ ପରିଚାଳକଙ୍କ ଦୁଇ ଝିଅ(୧ ମାସ ଓ ୩ ବର୍ଷ), ୪ ବର୍ଷର ପୁଅ ସହିତ ତାଙ୍କ ଭଉଣୀ ଏବଂ ଜଣେ ପଡ଼ୋଶୀ ଏହାର ଶିକାର ହୋଇଥିଲେ। ବାଣ ବିସ୍ଫୋରଣରେ ଶ୍ରମିକ ଓ ପଡ଼ୋଶୀ ସମେତ ଆହୁରି ୨୫ ଜଣ ଆହତ ହୋଇଥିବା ବେଳେ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe