ବିସ୍ଫୋରଣରେ ଥରିଲା କାବୁଲ ; ୬ ମୃତ, ଶତାଧିକ ଆହତ

Advertisment
ବିସ୍ଫୋରଣରେ ଥରିଲା କାବୁଲ ; ୬ ମୃତ, ଶତାଧିକ ଆହତ

କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ପୁଣି ଥରେ ବୋମା ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ଅତି କମରେ ୬ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଥିରେ ଶତାଧିକ ଲୋକ ଆହତ ହୋଇଥିବା କୁହାଯାଉଛି ।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି କାବୁଲରେ ଥିବା ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ନିକଟରେ ସୋମବାର ଏହି ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ତିନି ମାସ ମଧ୍ୟରେ ମନ୍ତ୍ରଣାଳୟ ନିକଟରେ ଏହା ଦ୍ୱିତୀୟ ଆତ୍ମଘାତୀ ଆକ୍ରମଣ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ନିକଟରେ ଥିବା ଏକ ବ୍ୟବସାୟକେନ୍ଦ୍ର ସମ୍ମୁଖରେ ଏହି ବିସ୍ଫୋରଣ ଘଟିଥିଲା ବୋଲି ଆଫଗାନିସ୍ତାନର ଟୋଲୋ ନ୍ୟୁଜ ରିପୋର୍ଟ କରିଛି ।

ଆଫଗାନିସ୍ତାନ ସରକାର କହିଛନ୍ତି ଯେ ଆକ୍ରମଣକାରୀକୁ ଆଫଗାନିସ୍ତାନ ସେନା ଚିହ୍ନଟ କରିଛି । ସେମାନଙ୍କ ପାଖରେ ଥିବା ବିସ୍ଫୋରକ ବିସ୍ଫୋରଣ ହୋଇ ୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା ଏବଂ ଅନେକ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା କରାଯାଉଛି ।

ଏହି ବିସ୍ଫୋରଣ ପାଇଁ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିନାହାନ୍ତି । କିନ୍ତୁ ୨୦୨୧ ଅଗଷ୍ଟ ମଧ୍ୟଭାଗରେ ତାଲିବାନ ଆଫଗାନିସ୍ତାନକୁ ଦଖଲ କରିବା ପରେ ଆଇଏସ ଆତଙ୍କବାଦୀ ସଂଗଠନର ଆଞ୍ଚଳିକ ସହଯୋଗୀ ସଂଗଠନ ଆଫଗାନିସ୍ତାନରେ ବାରମ୍ବାର ଆକ୍ରମଣ କରିଚାଲିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe