କୋଲକାତା : ସଡ଼କ ନିକଟରେ ପଡ଼ିଥିବା ସଂଦିଗ୍ଧ ବସ୍ତାରେ ବିସ୍ଫୋରଣ, ଜଣେ ଆହତ

ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ଏସ.ଏନ.ବାନାର୍ଜୀ ରୋଡରେ ପଡ଼ିଥିବା ଏକ ସନ୍ଦେହଜନକ ବସ୍ତା ଭିତରେ ଥିବା ସାମଗ୍ରୀ ବିସ୍ଫୋରଣ ହୋଇଛି। ଏଥିରେ ଜଣେ ବ୍ୟକ୍ତି ଆହତ ହୋଇଛି ।

kolkata blast

କୋଲକାତା : ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ଏସ.ଏନ.ବାନାର୍ଜୀ ରୋଡରେ ପଡ଼ିଥିବା ଏକ ସନ୍ଦେହଜନକ ବସ୍ତା ଭିତରେ ଥିବା ସାମଗ୍ରୀ ବିସ୍ଫୋରଣ ହୋଇଛି। ଏଥିରେ ଜଣେ ବ୍ୟକ୍ତି ଆହତ ହୋଇଛି । ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛି।

ମିଳିଥିବା ସୂଚନା ଅନୁଯାୟୀ, ଶନିବାର ଅପରାହ୍ନ ପ୍ରାୟ ୧ଟା ୪୫ ମିନିଟ୍ ରେ ତାଳତଳା ଥାନା ପୁଲିସକୁ ଖବର ମିଳିଥିଲା ଯେ ବ୍ଲୋଚମ୍ୟାନ୍ ଷ୍ଟ୍ରିଟ୍ ଓ ଏସ୍ ଏନ୍ ବାନାର୍ଜୀ ରୋଡର ଜଙ୍କସନରେ ଏହି ବିସ୍ଫୋରଣ ଘଟିଛି। ଏଥିରେ ଜଣେ ଅଳିଆ ଗୋଟାଇବା ବ୍ୟକ୍ତି ଆହତ ହୋଇଛନ୍ତି।

ଆହତ ବ୍ୟକ୍ତିଙ୍କୁ ଏନଆରଏସରେ ଭର୍ତ୍ତି କରାଯାଇଛି। ତାଙ୍କ ଡାହାଣ ହାତରେ ଆଘାତ ଲାଗିଛି। ବ୍ଲୋଚମ୍ୟାନ୍ ଷ୍ଟ୍ରିଟ୍ ର ପ୍ରବେଶ ପଥରେ ଏକ ପ୍ଲାଷ୍ଟିକ୍ ବସ୍ତା ପଡ଼ିଥିଲା। ଏଥିରେ ବିସ୍ଫୋରଣ ଘଟିଛି। ସୁରକ୍ଷା ଟେପ୍ ଜରିଆରେ ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଯିବା ସହ ବୋମା ନିଷ୍କ୍ରିୟକାରୀ ଦଳକୁ ଘଟଣାସ୍ଥଳକୁ ଡକାଯାଇଥିଲା। ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିବା ସହ ବିସ୍ଫୋରଣର ନମୁନା ସଂଗ୍ରହ କରିଛି । ଏହା ସହିତ ବସ୍ତାକୁ ଯାଞ୍ଚ କରାଯିବା ସହ ଆଖପାଖରେ ଥିବା ସାମଗ୍ରୀଗୁଡ଼ିକର ଯାଞ୍ଚ କରାଯାଇଛି । ସେପଟେ ଏହି ବସ୍ତା କେଉଁଠାରୁ ଆସିଲା ସେ ନେଇ ପୁଲିସ ତଦନ୍ତ କରିବା ସହ ଆଖାପାଖରେ ଥିବା ସିସିଟିଭି କ୍ୟାମେରାର ଫୁଟେଜ ଯାଞ୍ଚ ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe