ପାକିସ୍ତାନ ମସଜିଦରେ ବିସ୍ଫୋରଣ

ପାକିସ୍ତାନର ଦକ୍ଷିଣ ୱାଜିରିସ୍ତାନରେ ଥିବା ଏକ ମସଜିଦରେ ଶୁକ୍ରବାର ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଗତ ୪ ଦିନ ମଧ୍ୟରେ ପାକିସ୍ତାନରେ ଏହା ହେଉଛି ତୃତୀୟ ବଡ଼ ଆତଙ୍କବାଦୀ ଆକ୍ରମଣ।

pak

ଇସ୍ଲାମାବାଦ: ପାକିସ୍ତାନର ଦକ୍ଷିଣ ୱାଜିରିସ୍ତାନରେ ଥିବା ଏକ ମସଜିଦରେ ଶୁକ୍ରବାର ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଗତ ୪ ଦିନ ମଧ୍ୟରେ ପାକିସ୍ତାନରେ ଏହା ହେଉଛି ତୃତୀୟ ବଡ଼ ଆତଙ୍କବାଦୀ ଆକ୍ରମଣ।

ଜିଲ୍ଲା ପୁଲିସ ଅଧିକାରୀ ଆସିଫ୍ ବାହାଦାରଙ୍କ ସୂଚନା ଅନୁଯାୟୀ, ଆଜମ ୱାର୍ସାକ ବାଇପାସ୍ ରାସ୍ତାରେ ଥିବା ମୌଲାନା ଅବଦୁଲ ଅଜିଜ୍ ମସଜିଦରେ ଅପରାହ୍ନ ୧ଟା ୪୫ ମିନିଟ୍ ରେ ଏକ ଆଇଇଡି ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ଜମିୟତ ଉଲେମା ଇସଲାମ-ଫଜଲ (ଜେୟୁଆଇ)ର ଜିଲ୍ଲା ମୁଖ୍ୟ ଅବଦୁଲ୍ଲା ନଦୀମ ଗୁରୁତର ଆହତ ହୋଇଛନ୍ତି। ଜେୟୁଆଇ ସହ ଜଡ଼ିତ ଅନ୍ୟ ୩ ଜଣ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି। ଆହତମାନେ ହେଲେ ରହମାନୁଲ୍ଲା, ମୁଲ୍ଲା ନୂର ଓ ଶାହ ବେହରାନ୍ ବୋଲି ପୁଲିସ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।

ମସଜିଦରେ ନମାଜ ବେଳେ ବିସ୍ଫୋରଣ ଘଟଣା ବାରମ୍ବାର ଘଟିଚାଲିଛି । ଗତ ଫେବ୍ରୁଆରି ୧୮ରେ ପାକିସ୍ତାନର ଖାଇବର ପଖ୍ତୁନଖୱା ପ୍ରଦେଶର ଆଖୋରା ଖଟକ ଅଞ୍ଚଳରେ ଥିବା ଦାରୁଲ ଉଲୁମ ହକ୍କାନିଆ ମଦ୍ରାସାରେ ଶୁକ୍ରବାର ନମାଜ ସମୟରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe