ନୂଆଦିଲ୍ଲୀ: ନେପାଳରେ ଭାରତ ସହାୟତାରେ ନିର୍ମାଣ ହୋଇଥିବା ମେଗା ପାଓ୍ଵାର ପ୍ଲାଣ୍ଟରେ ଆଜି ପୁଣି ଏକ ବଡ଼ ଧରଣର ବୋମା ବିସ୍ଫୋରଣ ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ମାସକ ତଳେ ମଧ୍ୟ ଏହି ପ୍ଲାଣ୍ଟରେ ବୋମା ବିସ୍ଫୋରଣ ଯୋଗୁଁ ଏକ ବଡ଼ ୟୁନିଟ୍ ଛାରଖାର ହୋଇଯାଇଥିଲା। ନେପାଳର ତୁମ୍ଲିଙ୍ଗତାରରେ ଅବସ୍ଥିତ ଅରୁଣ ଜଳବିଦ୍ୟୁତ ପ୍ରକଳ୍ପକୁ ସମୂଳେ ବନ୍ଦ କରିବା ପାଇଁ ମାଓବାଦୀ ସଂଗଠନ ଦ୍ୱାରା ଏଭଳି ଆକ୍ରମଣ କରାଯାଉଥିବା କୁହାଯାଉଛି। ଆଜିର ବିସ୍ଫୋରଣ ପରେ ଆତଙ୍କିତ କର୍ମଚାରୀମାନେ ପ୍ଲାଣ୍ଟ ଛାଡ଼ିଛନ୍ତି।
ପାଓ୍ଵାର ପ୍ଲାଣ୍ଟ୍ରେ ବିସ୍ଫୋରଣ
Advertisment
Follow Us