ସୋମାଲିଆ ରାଜଧାନୀରେ ବିସ୍ଫୋରଣ, ୧୦୦ ମୃତ

ସୋମାଲିଆ ରାଜଧାନୀରେ ବିସ୍ଫୋରଣ, ୧୦୦ ମୃତ

ମୋଗାଦିସୁ: ସୋମାଲିଆର ରାଜଧାନୀ ମୋଗାଦିସୁରେ ଆଜି ସ୍ବାସ୍ଥ୍ୟ ମନ୍ତ୍ରାଳୟ ନିକଟରେ ୨ଟି କାର୍‌ ବୋମା ବିସ୍ଫୋରଣ ହୋଇ ଅତି କମ୍‌ରେ ୧୦୦ ଲୋକଙ୍କ ମୃତ୍ୟୁ ହୋଇଛି। ୩୦୦ରୁ ଅଧିକ ଲୋକ ଏହି ଆକ୍ରମଣରେ ଆହତ ହୋଇଛନ୍ତି ବୋଲି ସୋମାଲିଆ ରାଷ୍ଟ୍ରପତି ହାସନ ଶେଖ ମହମ୍ମଦ ଏକ ଭିଡିଓ ବିବୃତି ଜାରି କରି କହିଛନ୍ତି। ସୋମାଲିଆର ଅଲ-ସବାବ ଆତଙ୍କବାଦୀ ସଂଗଠନ ଏହି ଆକ୍ରମଣ ପାଇଁ ଦାୟୀ ବୋଲି କୁହାଯାଉଛି।

୨୦୧୭ ଅକ୍ଟୋବର ୧୪ରେ ଯେଉଁ ସ୍ଥାନରେ ଆକ୍ରମଣ ହୋଇଥିଲା ଠିକ୍‌ ସେହି ସ୍ଥାନରେ ଆଜିର ଆକ୍ରମଣ ହୋଇଛି। ୨୦୧୭ ବିସ୍ଫୋରଣ ସମୟରେ ୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ଏବଂ ପ୍ରାୟ ୩୦୦ ଜଣ ଆହତ ହୋଇଥିଲେ। ଆଜିର ଆକ୍ରମଣ ପରେ ସେନା ପକ୍ଷରୁ ଅଲ୍‌ ସବାବ ବିରୋଧରେ ଅପରେସନ ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe