ଆଫ୍ରିକୀୟ ଦେଶ ସୁଦାନର କାରଖାନାରେ ଗ୍ୟାସ ବିସ୍ଫୋରଣ, ୧୮ ଭାରତୀୟଙ୍କ ସମେତ ୨୩ ମୃତ

ଆଫ୍ରିକୀୟ ଦେଶ ସୁଦାନର କାରଖାନାରେ ଗ୍ୟାସ ବିସ୍ଫୋରଣ, ୧୮ ଭାରତୀୟଙ୍କ ସମେତ ୨୩ ମୃତ

Image Credit : Latestly

ଖାର୍ଟୁମ : ଆଫ୍ରିକୀୟ ଦେଶ ସୁଦାନର ରାଜଧାନୀ ଖାର୍ଟୁମଠାରେ ଥିବା ଏକ ସେରାମିକ ଟାଇଲ କାରଖାନାରେ ବିସ୍ଫୋରଣ ହେବାରୁ ୨୩ ଜଣ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି । ଏମାନଙ୍କ ମଧ୍ୟରେ ୧୮ ଜଣ ଭାରତୀୟ ରହିଛନ୍ତି ବୋଲି ଭାରତୀୟ ବୈଦେଶିକ ମନ୍ତ୍ରାଳୟ ସ୍ପଷ୍ଟ କରିଛି । ମୃତ ବ୍ୟକ୍ତିମାନଙ୍କ ପାଇଁ ଗଭୀର ଶୋକ ବ୍ୟକ୍ତି କରିଛନ୍ତି ବେଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର । ସହାୟତା ପାଇଁ ସୁଦାନରେ ଥିବା ଭାରତୀୟ ଦୂତାବାସରେ ହେଲପଲାଇନ ନମ୍ବର ଖୋଲାଯାଇଛି ବୋଲି ସେ ଟ୍ଵିଟ କରି କହିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଖାର୍ଟୁମର ବାହରି ଅଞ୍ଚଳରେ ଥିବା ସାଲୋମୀ ନାମକ ସେରାମିକ ଟାଇଲ କାରଖାନାରେ ଥିବା ଗ୍ୟାସରେ ବିସ୍ଫୋରଣ ହେବାରୁ ଏହି ଦୁର୍ଘଟଣା ଘଟିଥିଲା । ଏହି ବିସ୍ଫୋରଣ ଏତେ ଭୟାନକ ଥିଲା ଯେ ବହୁ ଦୂରକୁ ନିଆଁ ଦେଖାଯାଉଥିଲା । କାରଖାନାରେ ଗ୍ୟାସ ଟାଙ୍କିଗୁଡ଼ିକୁ ନିରାପଦଭାବେ ରଖାଯାଇନଥିବାରୁ ଦୁର୍ଘଟଣା ଘଟିଥିଲା ବୋଲି ପୁଲିସ କହିଛି । ଏହି ଘଟଣାରେ ୨୩ ଜଣ ମୃତ୍ୟୁବରଣ କରିଥିବାବେଳେ ପ୍ରାୟ ୧୩୦ ଜଣ ଗୁରୁତରଭାବେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ନିଆଁରେ ସଂପୂର୍ଣ୍ଣ ପୋଡିଯାଇଥିବାରୁ କେତେକ ମୃତକଙ୍କୁ ଚିହ୍ନଟ କରିବା କଷ୍ଟକର ହୋଇଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe