ଉତ୍ତରପ୍ରଦେଶ ବାଣ କାରଖାନାରେ ବିସ୍ଫୋରଣ, ୩ ମହିଳା ମୃତ

ଉତ୍ତରପ୍ରଦେଶର ବରେଲିରେ ଥିବା ଏକ ବେଆଇନ ବାଣ କାରଖାନାରେ ବୁଧବାର ବିସ୍ପୋରଣ ହୋଇଛି ।  ଭୟଙ୍କର ବିସ୍ଫୋରଣ ଯୋଗୁଁ ୪ଟି ଘର ଭୁଶୁଡ଼ି ପଡ଼ିଛି। ଏହି ଘଟଣାରେ ୩ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି।

fireworks up

ବରେଲି: ଉତ୍ତରପ୍ରଦେଶର ବରେଲିରେ ଥିବା ଏକ ବେଆଇନ ବାଣ କାରଖାନାରେ ବୁଧବାର ବିସ୍ପୋରଣ ହୋଇଛି ।  ଭୟଙ୍କର ବିସ୍ଫୋରଣ ଯୋଗୁଁ ୪ଟି ଘର ଭୁଶୁଡ଼ି ପଡ଼ିଛି। ଫଳରେ ଘଟଣାସ୍ଥଳରେ ୩ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଅନେକ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି। ପୁଲିସ ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଆବର୍ଜନା ହଟାଇବା କାମ ଜାରି ରହିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉଦ୍ଧାରକାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବରେଲିର ଏସ୍ଏସପି ଅନୁରାଗ ଆର୍ଯ୍ୟ କହିଛନ୍ତି ଯେ ଏହି ଦୁର୍ଘଟଣାରେ ୩ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ ଜଣ ଆହତ ହୋଇଛନ୍ତି। ଆହତଙ୍କ ଚିକିତ୍ସା ଚାଲିଛି। ଘଟଣାସ୍ଥଳରେ ଆଇଜି ରାକେଶ କୁମାର ପହଞ୍ଚିଛନ୍ତି। ସୂଚନା ଅନୁଯାୟୀ, ଏହି ବାଣ କାରଖାନା ଲାଇସେନ୍ସପ୍ରାପ୍ତ ଥିଲା, ଯାହାର ମାଲିକଙ୍କ ନାମ ନାସିର ଖାନ୍ ବୋଲି କୁହାଯାଉଛି। ମୃତକଙ୍କ ମଧ୍ୟରେ କଲ୍ୟାଣପୁର ଥାନା ସିରୌଲିର ତବସ୍ସୁମ ପତ୍ନୀ ୱାହିଦ, ରୁଖସାନା ପତ୍ନୀ ରୁଖସାର ଓ ଅନ୍ୟ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଏଥିରେ ବରେଲିର କଲ୍ୟାଣପୁର ଥାନା ସିରୌଲିର ବାସିନ୍ଦା ଯୋଗଲି ଶାହଙ୍କ ପୁଅ ରେହମାନ ଶାହା, ସାନ ପତ୍ନୀ ରେହମାନ ଶାହ, ଫାତିମା ପତ୍ନୀ ନାଜିମ, ସିତାରା ପତ୍ନୀ ନାସିର ଆହତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe