ଜମ୍ମୁରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉଦ୍‌ବୋଧନ ସ୍ଥଳଠାରୁ ୧୨ କି.ମି. ଦୂରରେ ବିସ୍ଫୋରଣ

Advertisment
ଜମ୍ମୁରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉଦ୍‌ବୋଧନ ସ୍ଥଳଠାରୁ ୧୨ କି.ମି. ଦୂରରେ ବିସ୍ଫୋରଣ

Image Courtesy of India Today

ଜମ୍ମୁ: ଆଜି ଜମ୍ମୁରେ ପ୍ରଧାନମନ୍ତ୍ରୀ ଦେବାକୁ ଥିବା ଉଦ୍‌ବୋଧନସ୍ଥଳୀ ଠାରୁ ୧୨ କିଲୋମିଟର ଦୂରରେ ଥିବା ଗୋଟାଏ ବିଲରେ ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି।

ପ୍ରାପ୍ତ ସୂଚନା ଅନୁସାରେ, ଜମ୍ମୁ ଜିଲ୍ଲା ଅନ୍ତର୍ଗତ ଲାଲିଆନା ଗାଁରେ ଘଟିଥିବା ଏହି ବିସ୍ଫୋରଣଟି କେଉଁ ଧରଣର ତାହା ଜାଣିବା ଲାଗି ଜମ୍ମୁ ଓ କଶ୍ମୀର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ପୁଲିସ ମଧ୍ୟ ସୂଚନା ଦେଇଛି ଯେ, ବିସ୍ଫୋରଣଟି ଆତଙ୍କବାଦ ସହ ସମ୍ପୃକ୍ତ ଥିବା ପରି ମନେହେଉନାହିଁ।

ଜମ୍ମୁର ବରିଷ୍ଠ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଚନ୍ଦନ କୋହଲି କହିଛନ୍ତି, ଉଲ୍‌କାପାତ କିଂବା ବଜ୍ରପାତ ଯୋଗୁଁ ଲାଲିଆନା ଗାଁ ଅନ୍ତର୍ଗତ ବିଲରେ ଗହ୍ବରଟିଏ ସୃଷ୍ଟି ହେବା ପରି ମନେହେଉଛି। ଏ ସଂକ୍ରାନ୍ତରେ ଅଧିକ ତଦନ୍ତ ଚାଲିଛି।

publive-image Image Courtesy of Zee News

ଉଲ୍ଲେଖଯୋଗ୍ୟ, ଜମ୍ମୁ ଓ କଶ୍ମୀରରୁ ୨୦୧୯ ଅଗଷ୍ଟ ୫ ତାରିଖ ଦିନ ଧାରା ୩୭୦ ଉଚ୍ଛେଦ ହେବା ପରେ ଆଜି ପ୍ରଥମ କରି ଏହି କେନ୍ଦ୍ରଶାସିତ ଅଞ୍ଚଳ ଗସ୍ତ କରୁଛନ୍ତି।

ଜମ୍ମୁ ଡିଭିଜନ୍‌ର ସାମ୍ବା ଜିଲ୍ଲାର ପଲ୍ଲୀ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ‌ମୋଦୀ ସମଗ୍ର ଦେଶରେ ପାଳନ ହେଉଥିବା ଜାତୀୟ ପଞ୍ଚାୟତ ରାଜ ଦିବସ ଅବସରରେ ଗ୍ରାମସଭାଗୁଡ଼ିକ ପ୍ରତି ଉଦ୍‌ବୋଧନ ଦେବେ।

ଏହାଛଡ଼ା, ଜମ୍ମୁ ଓ କଶ୍ମୀରରେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ୨୦,୦୦୦ ‌କୋଟି ଟଙ୍କାରୁ ଊର୍ଦ୍ଧ୍ବ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ। ଏହି ପ୍ରକଳ୍ପରେ ରହିଛି ବନିହାଲ୍‌-କାଜିଗୁଣ୍ଡ ସଡ଼କ ସୁଡ଼ଙ୍ଗ, ଦିଲ୍ଲୀ-ଅମୃତସର-କତ୍ରା ଏକ୍ସପ୍ରେସ୍‌ୱେ ଏବଂ ରତେଲ୍‌ ଓ କ୍ବାର୍‌ ଜଳବିଦ୍ୟୁତ୍‌ ପ୍ରକଳ୍ପ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe