ତେଲେଙ୍ଗାନାରେ ଭୟଙ୍କର ବିସ୍ଫୋରଣ: ଚାଲିଗଲା ୧୦ ଶ୍ରମିକଙ୍କ ଜୀବନ, ଚାଲିଛି ନିଆଁଲିଭା ଓ ଉଦ୍ଧାର ଉଦ୍ୟମ..

ତେଲେଙ୍ଗାନାର ସାଙ୍ଗାରେଡ୍ଡୀ ଜିଲ୍ଲାର ସିଗାଚି ଫାର୍ମା କମ୍ପାନୀରେ ବିରାଟ ବିସ୍ଫୋରଣ ହୋଇଛି । ଘଟଣା ଘଟିବା ପରେ ସଙ୍ଗେ ସଙ୍ଗେ ୧୧ଟି ଦମକଳ ବାହିନୀ ନିଆଁ ଲିଭାଇବାକୁ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ନିଆଁ ଲିଭା କାମ ଜାରି ରହିଛି

10 dead

ହାଇଦ୍ରାବାଦ: ତେଲେଙ୍ଗାନାରେ ଭୟଙ୍କର ବିସ୍ଫୋରଣ । ଏକ କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ । ବିସ୍ଫୋରଣରେ ୧୦ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଶ୍ରମିକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଆହତମାନଙ୍କ ଉଦ୍ଧାର କରି ନିକଟସ୍ଥ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ତେବେ ତେଲେଙ୍ଗାନାର ସାଙ୍ଗାରେଡ୍ଡୀ ଜିଲ୍ଲାର ସିଗାଚି ଫାର୍ମା କମ୍ପାନୀରେ ବିରାଟ ବିସ୍ଫୋରଣ ହୋଇଛି । ଘଟଣା ଘଟିବା ପରେ ସଙ୍ଗେ ସଙ୍ଗେ ୧୧ଟି ଦମକଳ ବାହିନୀ ନିଆଁ ଲିଭାଇବାକୁ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ନିଆଁ ଲିଭା କାମ ଜାରି ରହିଛି । ତେବେ ବିସ୍ଫୋରଣସ୍ଥଳୀରେ ଅପରେସନ ଚାଲିଥିବା ବେଳେ ବର୍ତ୍ତମାନ ସୁଦ୍ଧା କୌଣସି ମୃତଦେହ ମିଳିନଥିବା ପ୍ରଶାସନ ସ୍ପଷ୍ଟ କରିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe