ଦକ୍ଷିଣ ଆଫ୍ରିକାରେ କୋଭିଡ୍ ଜନିତ ମୃତ୍ୟୁସଂଖ୍ୟା ଉଦବେଗଜନକ ହୋଇନାହିଁ; ‘ଓମିକ୍ରନ୍‌’ ଦ୍ରୁତ ସଂକ୍ରାମକ କିନ୍ତୁ ‘ଡେଲଟା’ ଭଳି ଘାତକ ନୁହେଁ !

Advertisment
ଦକ୍ଷିଣ ଆଫ୍ରିକାରେ କୋଭିଡ୍ ଜନିତ ମୃତ୍ୟୁସଂଖ୍ୟା ଉଦବେଗଜନକ ହୋଇନାହିଁ;  ‘ଓମିକ୍ରନ୍‌’ ଦ୍ରୁତ ସଂକ୍ରାମକ କିନ୍ତୁ ‘ଡେଲଟା’ ଭଳି ଘାତକ ନୁହେଁ !

Image Courtesy of Time AM

ନୂଆଦିଲ୍ଲୀ:  ନୂଆ କୋଭିଡ୍‌ ଷ୍ଟ୍ରେନ୍‌ ‘ଓମିକ୍ରନ୍‌’ର ଲକ୍ଷଣ ଅସ୍ବାଭାବିକ ହେଲେ ବି ପ୍ରଭାବ  ଖୁବ୍‌ ସାଧାରଣ ବୋଲି ଦକ୍ଷିଣ ଆଫ୍ରିକାରେ ଥିବା ହସ୍ପିଟାଲ୍‌ ଓ ଡାକ୍ତରମହଲରେ ମତ ପ୍ରକାଶ ପାଉଛି। ଏ ସଂକ୍ରାନ୍ତରେ ସେଠାକାର କିଛି ଗଣମାଧ୍ୟମରେ ରିପୋର୍ଟ ମଧ୍ୟ ପ୍ରକାଶ ପାଇଛି।

ସମ୍ପ୍ରତି ଦକ୍ଷିଣ ଆଫ୍ରିକାର ଜୋହନେସ୍‌ବର୍ଗରେ ପ୍ରାୟ ୯୦% ନୂତନ ସଂକ୍ରମଣର କାରଣ ‘ଓମିକ୍ରନ୍‌ ଷ୍ଟ୍ରେନ୍‌’, କିନ୍ତୁ ଏପର୍ଯ୍ୟନ୍ତ ସେଠାରେ କ‌ୋଭିଡ୍‌ ମୃତ୍ୟୁ ହାର ଏବଂ ଡାକ୍ତରଖାନାରେ ସଂକ୍ରମିତଙ୍କ ଭର୍ତ୍ତି ହାର ଉଲ୍ଲେଖଯୋଗ୍ୟ ଭାବେ ବୃଦ୍ଧି ପାଇନାହିଁ ବୋଲି ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରୁଛନ୍ତି।

ସେଥିପାଇଁ କେତେକ ବିଶେଷଜ୍ଞ କରୋନାର ଏହି ନୂତନ ପ୍ରଜାତି ବିଶେଷ ନକାରାତ୍ମ ହେବ ନାହିଁ ବୋଲି ଆକଳନ କରୁଛନ୍ତି।  ସେମାନେ କହିଛନ୍ତି, କହିଛନ୍ତି  ଯଦିଓ ‘ଓମିକ୍ରନ୍‌’  ଅଧିକ ସଂକ୍ରାମକ ଏବଂ  ଅଧିକ ବେଗରେ ପ୍ରସାରିତ ହେଉଛି କିନ୍ତୁ ଏହା ‘ଡେଲ୍‌ଟା ଭେରିଏଣ୍ଟ୍‌’ ଭଳି ଘାତକ ସାବ୍ୟସ୍ତ ହୋଇନାହିଁ। କାରଣ ଦକ୍ଷିଣ ଆଫ୍ରିକାରେ ସଂକ୍ରମଣ ବ୍ୟାପୁଛି ସତ କିନ୍ତୁ ମୃତ୍ୟୁହାର ଓ ଗୁରୁତର ହୋଇ ଡାକ୍ତରଖାନାକୁ ଆସିବା ରୋଗୀଙ୍କ ସଂଖ୍ୟା ଚିନ୍ତାଉଦ୍ରେକକାରୀ ଓ ଉଦବେଗଜନକ ହୋଇନାହିଁ।  ଯଦି ବିଶେଷଜ୍ଞଙ୍କ ଏହି ଆକଳନ ଠିକ ହୋଇଥାଏ  ତେବେ ‘ଓମିକ୍ରନ୍‌’କୁ ସୁଫଳଦାୟୀ ଦୁର୍ଭାଗ୍ୟ ବୋଲି ବିବେଚନା କରିବାକୁ ପଡ଼ିବ।

ଦକ୍ଷିଣ ଆଫ୍ରିକାରେ ‘ଓମିକ୍ରନ୍‌’ଦ୍ବାରା ସଂକ୍ରମିତ ଅନେକ ବ୍ୟକ୍ତିଙ୍କ ଠାରେ, ବାନ୍ତିଭାବ, ମୁଣ୍ଡବିନ୍ଧା, କ୍ଳାନ୍ତି ଦେଖାଦେଉଥିବା ବେଳେ ନାଡ଼ିର ବେଗ ଅଧିକ ରହୁଛି। କିନ୍ତୁ, କାହାରି ଠାରେ, ଅନ୍ୟ କୋଭିଡ୍‌ ମ୍ୟୁଟେସନ୍‌ ଆକ୍ରାନ୍ତଙ୍କ ପରି ସ୍ବାଦ କିଂବା ଗନ୍ଧ ବାରିବା କ୍ଷତମା ହ୍ରାସ ପାଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe