Image Courtesy of Times Now
ଇମ୍ଫାଲ୍: ଗୁଳି-ବିକ୍ଷତ ଜଣେ ମହିଳାଙ୍କ ଶବ ସମେତ ୨ଟି ଶବ ପୂର୍ବଇମ୍ଫାଲ୍ ଓ ମଣିପୁର ପଶ୍ଚିମ ଜିଲ୍ଲାରୁ ଉଦ୍ଧାର କରାଯାଇଥିବା ଆଜି ପୁଲିସ କହିଛି।
ଜଣେ ପୁଲିସ ଅଧିକାରୀ କହିଛନ୍ତି, ବୁଧବାର ଦିନ ଇମ୍ଫାଲ୍ ପଶ୍ଚିମ ଜିଲ୍ଲା ଅନ୍ତର୍ଗତ ତୈରେନ୍ପୋକ୍ପି ଅଞ୍ଚଳରୁ ମୁଣ୍ଡରେ ଗୁଳି ପଶିଥିବା ଜଣେ ମଧ୍ୟବୟସ୍କା ମହିଳାଙ୍କ ଶବ ଉଦ୍ଧାର କରାଯାଇଛି। ବ୍ୟବଚ୍ଛେଦ ନିମନ୍ତେ ସେ ଶବକୁ ଇମ୍ଫାଲ୍ସ୍ଥିତ ‘ରିଜିଓନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍’କୁ ପଠାଇ ଦିଆଯାଇଛି।
ଅଳ୍ପ ଦିନ ତଳେ ଇମ୍ଫାଲ୍ ପଶ୍ଚିମ ଜିଲ୍ଲାର ଅନ୍ତର୍ଗତ କାଙ୍ଚୁପ୍ ପର୍ବତ ପାଦଦେଶରୁ ଅଜ୍ଞାତ ବ୍ୟକ୍ତିମାନଙ୍କଦ୍ବାରା ଅପହୃତ ହୋଇଥିବା ୪ଜଣ ନିରୁଦ୍ଦିଷ୍ଟ ବ୍ୟକ୍ତିଙ୍କ ମଧ୍ୟରୁ ସେ ମହିଳା ଜଣେ ବୋଲି ମନେ ହେଉଥିବା କଥା ଅନ୍ୟ ଜଣେ ପୁଲିସ ଅଧିକାରୀ କହିଛନ୍ତି।
Image Courtesy of News18ଆଉ ଜଣେ ପୁଲିସ ଅଧିକାରୀ କହିଛନ୍ତି, ମଙ୍ଗଳବାର ବିଳମ୍ବିତ ରାତ୍ରରେ ଇମ୍ଫାଲ୍ ପୂର୍ବଜିଲ୍ଲା ଅନ୍ତର୍ଗତ ତାକ୍ହୋକ୍ ମାପାଲ୍ ମକ୍ହା ଅଞ୍ଚଳରୁ ଉଦ୍ଧାର କରାଯାଇଛି ୪୦ ବର୍ଷରୁ ଅଧିକ ବୟସ୍କ ଜଣେ ପୁରୁଷଙ୍କ ଶବ। ସ୍ଥାନୀୟ ଲୋକେ ଉକ୍ତ ଅଜ୍ଞାତ ବ୍ୟକ୍ତିଙ୍କ ଶବ ଉଦ୍ଧାର କରିଥିଲେ। ମୃତ ବ୍ୟକ୍ତିଙ୍କ ଆଖିରେ ଅନ୍ଧପୋଟଳି ବନ୍ଧାଯାଇଛି, ହାତ ମଧ୍ୟ ପଛଆଡୁଆ କରି ବନ୍ଧା ଯାଇଛି ଏବଂ ମୁଣ୍ଡରେ ଗୁଳି କ୍ଷତ ଅଛି। ବ୍ୟବଚ୍ଛେଦ ଓ ଚିହ୍ନଟ ନିମନ୍ତେ ସେ ଶବକୁ ପୂର୍ବ ଇମ୍ଫାଲ୍ସ୍ଥିତ ‘ଜବାହର୍ଲାଲ୍ ନେହେରୁ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍’କୁ ପଠାଇ ଦିଆଯାଇଛି। ‘ଏଫ୍ଆଇଆର୍’ ପଞ୍ଜିକରଣ କରି ଘଟଣାର ତଦନ୍ତ ଆରମ୍ଭ କରାଯାଇଛି।
Follow Us