ଆଉ ଜଣେ ନିର୍ଭୟା: ଆଖିବୁଜିଲେ ଗଣଦୁଷ୍କର୍ମ ପୀଡ଼ିତା, ଦୁଷ୍କର୍ମ ପରେ ଭୟାନକ ନିର୍ଯାତନା ଦିଆଯାଇଥିଲା

Advertisment
ଆଉ ଜଣେ ନିର୍ଭୟା: ଆଖିବୁଜିଲେ ଗଣଦୁଷ୍କର୍ମ ପୀଡ଼ିତା, ଦୁଷ୍କର୍ମ ପରେ ଭୟାନକ ନିର୍ଯାତନା ଦିଆଯାଇଥିଲା

ନୂଆଦିଲ୍ଲୀ: ଦୁଇ ସପ୍ତାହ ତଳେ ଦିଲ୍ଲୀ ଠାରୁ ୨୦୦ କିମି ଦୂର ଉତ୍ତରପ୍ରଦେଶର ହଠରାସ ଗାଁରେ ୪ ଜଣ ଉଚ୍ଚ ଜାତିର ପୁରୁଷଙ୍କ ଦ୍ବାରା ଗଣଦୁଷ୍କର୍ମର ଶିକାର ହୋଇଥିବା ଜଣେ ଅନୁସୂଚିତ ବର୍ଗ ଯୁବତୀଙ୍କର ଆଜି ସକାଳେ ଦିଲ୍ଲୀରେ ମୃତ୍ୟୁ ଘଟିଛି। ଏହି ଜଘଣ୍ୟ କାଣ୍ଡରେ ପୀଡ଼ିତାଙ୍କର ମେରୁହାଡ଼ ଭାଙ୍ଗିଯାଇ ଶରୀର ଅଚଳ ହୋଇଯିବା ସହ ଜିହ୍ବାଟି ଛିଣ୍ଡିଯାଇଥିବା ଜଣାଯାଇଛି। ଉତ୍ତରପ୍ରଦେଶର ଏକ ଡାକ୍ତରଖାନାରେ ଆସିୟୁରେ ରହିଲା ପରେ ଗତକାଲି ତାଙ୍କୁ ଦିଲ୍ଲୀକୁ ସ୍ଥାନାନ୍ତର କରାଯାଇଥିଲା। ଚାରି ଜଣ ଯାକ ଅଭିଯୁକ୍ତ ଜେଲ୍‌ରେ ଥିବା ବେଳେ ସେମାନଙ୍କ ବିରୋଧରେ ଏବେ ହତ୍ୟା ମାମଲା ଚାଲିବ। ଏହି ଘଟଣା ୨୦୧୨ ମସିହାର ନିର୍ଭୟ ମାମଲାକୁ ମନେ ପକାଇ ଦେବା ସହ ଦେଶ ବ୍ୟାପୀ କ୍ଷୋଭ ପ୍ରକାଶ ପାଇଛି।

ସୂଚନାନୁଯାୟୀ, ଗତ ୧୪ ତାରିଖରେ ଯୁବତୀ ଜଣକ ନିଜ ଗାଁ କ୍ଷେତରେ ପରିବାର ଲୋକଙ୍କ ସହ ଘାସ କାଟୁଥିବା ବେଳେ ଅଭିଯୁକ୍ତମାନେ ତାଙ୍କୁ ଘୋଷାଡ଼ି ଘୋଷାଡ଼ି ଅନ୍ୟତ୍ର ନେଇଯାଥିଲେ। ପରିବାର ଲୋକମାନେ ଟିକେ ଦୂରରେ ଥିବା ସମୟରେ ୪ରୁ ୫ ଜଣ ଯୁବକ ପୀଡ଼ିତାଙ୍କ ଉତ୍ତରୀୟକୁ ବେକରେ ଗୁଡ଼ାଇ ଏପରି ଟାଣିନେଇଥିଲେ ବୋଲି ତାଙ୍କ ଭାଇ କହିଛନ୍ତି। ସେ ନିଖୋଜ ହୋଇଯାଇଥିବା ଜାଣି ତାଙ୍କ ମାଆ ଖୋଜାଖୋଜି କରିବା ପରେ ନିକଟ ବାଜରା କ୍ଷେତରେ ପୀଡ଼ିତାଙ୍କୁ ମୁମୂର୍ଷୁ ତଥା ଉଲଗ୍ନ ଅବସ୍ଥାରେ ପାଇଥିଲେ। ପୀଡ଼ିତାଙ୍କର ମୃତ୍ୟୁ ପାଇଁ ପୁଲିସର ଅବହେଳାକୁ ପରିବାର ଲୋକେ ଦାୟୀ କରିଛନ୍ତି। ପୁଲିସକୁ ଘଟଣା ସମ୍ପର୍କରେ ତୁରନ୍ତ ସେମାନେ ଜଣାଇଥିଲେ ବି ଚାରି ପାଞ୍ଚ ଦିନ ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ଏପରିକି ପୀଡ଼ିତାଙ୍କର ଶ୍ବାସକ୍ରିୟାରେ କଷ୍ଟ ହେଉଥିବାରୁ ପ୍ରଥମରୁ ତାଙ୍କର ଅମ୍ଳଜାନ ଆବଶ୍ୟକତା ଥିବା ବେଳେ ତାଙ୍କୁ ଗତକାଲି ଏମ୍‌ସ ନିଆଯାଉଛି ବୋଲି କହି ପୁଲିସ ସଫଦରଙ୍ଗ ନେଇଥିଲା ବୋଲି ତାଙ୍କ ଭାଇ ଅଭିଯୋଗ ଆଣିଛନ୍ତି। ତେବେ ଉତ୍ତରପ୍ରଦେଶ ପୁଲିସ ବିରୋଧରେ ହୋଇଥିବା ଏଭଳି ଅଭିଯୋଗକୁ ହଠରାସ ପୁଲିସ ମୁଖ୍ୟ ବିକ୍ରାନ୍ତ ବୀର ଖଣ୍ଡନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe