ଭାରତରେ ମାନବାଧିକାର ଉଲ୍ଲଂଘନ ଅଭିଯୋଗ ଉଠାଇଲେ ବ୍ଲିଙ୍କେନ୍‌: ରାଜନାଥ, ଜୟଶଙ୍କରଙ୍କ ଉପସ୍ଥିତିରେ ବିବାଦୀୟ ବୟାନ

Advertisment
ଭାରତରେ ମାନବାଧିକାର ଉଲ୍ଲଂଘନ ଅଭିଯୋଗ ଉଠାଇଲେ ବ୍ଲିଙ୍କେନ୍‌: ରାଜନାଥ, ଜୟଶଙ୍କରଙ୍କ ଉପସ୍ଥିତିରେ ବିବାଦୀୟ ବୟାନ

NDTV.com

ୱାସିଂଟନ୍‌: ଭାରତର ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଉପସ୍ଥିତିରେ ଆମେରିକା ବିଦେଶ ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ଭାରତରେ ମାନବାଧିକାର ଉ‌ଲ୍ଲଂଘନ ଅଭିଯୋଗ ଆଣିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ବ୍ଲିଙ୍କେନ୍‌ କହିଛନ୍ତି, ଆମେ ଆମ ଭାରତୀୟ ସହଯୋଗୀଙ୍କ ସହ ନିୟମିତ ଯୋଗାଯୋଗରେ ରହିଛୁ। ତେବେ ଭାରତରେ କିଛି ସରକାରୀ ଅଫିସର, ପୁଲିସ ଏବଂ କାରଗାର ଅଧିକାରୀଙ୍କ ଦ୍ବାରା ମାନବାଧିକାର ଉଲ୍ଲଂଘନ ହୋଇଛି ଏବଂ ଆମେ ଏହା ଉପରେ ନଜର ରଖିଛୁ ବୋଲି ବ୍ଲିଙ୍କେନ୍‌ କହିଛନ୍ତି।

ଜୟଶଙ୍କର ଏବଂ ରାଜନାଥଙ୍କ ଉପସ୍ଥିତିରେ ବ୍ଲିଙ୍କେନ୍‌ ଏଭଳି ଟିପ୍ପଣୀ ଦେଇଛନ୍ତି। କିନ୍ତୁ ଭାରତରେ କେଉଁଠି ଓ କିଭଳି ମାନବାଧିକାର ଉଲ୍ଲଂଘନ ହୋଇଛି ସେ ନେଇ ବ୍ଲିଙ୍କେନ୍‌ କିଛି କହିନଥିଲେ। ବ୍ଲିଙ୍କେନ୍‌ଙ୍କ ଏହି ଟିପ୍ପଣୀ ପରେ ଜୟଶଙ୍କର ଏବଂ ରାଜନାଥ ନିଜ ଟିପ୍ପଣୀ ରଖିଥିଲେ ମଧ୍ୟ ମାନବାଧିକାର ପ୍ରସଙ୍ଗକୁ ଏଡ଼ାଇ ଯାଇଥିଲେ। ଉଲ୍ଲେଖଯୋଗ୍ୟ, ୟୁକ୍ରେନ୍‌ ଯୁଦ୍ଧ ସଂକ୍ରାନ୍ତରେ ଭାରତର ଆଭିମୁଖ୍ୟକୁ ଆମେରିକା ପୂର୍ବରୁ ନିନ୍ଦା କରିଥିଲା। ଭାରତର ଆଭିମୁଖ୍ୟ ଅସ୍ପଷ୍ଟ ବୋଲି ଆମେରିକା କହିଥିଲା। ଭାରତ ରୁଷ୍‌ ବିରୋଧରେ କୌଣସି କଟକଣା କିମ୍ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ଏବଂ ବାରମ୍ବାର ଏହା ରୁଷ୍‌ ବିରୋଧୀ ଭୋଟ୍‌ ଗ୍ରହଣରୁ ବିରତ ରହୁଥିବାରୁ ଆମେରିକା ଏହାକୁ ଗମ୍ଭୀରତାର ସହ ନେଇଥିଲେ। ତେବେ ୨+୨ ଆଲୋଚନା ଏବଂ ମୋଦୀ-ବାଇଡେନ୍‌ ଭର୍ଚୁଆଲ ବୈଠକ ପରେ ଆମେରିକା ନରମ ପଡ଼ିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe