ଦଲାଇଲାମାଙ୍କ ପ୍ରତିନିଧିଙ୍କୁ ବ୍ଲିଙ୍କେନ୍‌ ଭେଟିବା ପ୍ରସଙ୍ଗ: କଡ଼ା ପ୍ରତିକ୍ରିୟା ରଖିଲା ଚୀନ୍‌

Advertisment
ଦଲାଇଲାମାଙ୍କ ପ୍ରତିନିଧିଙ୍କୁ ବ୍ଲିଙ୍କେନ୍‌ ଭେଟିବା ପ୍ରସଙ୍ଗ: କଡ଼ା ପ୍ରତିକ୍ରିୟା ରଖିଲା ଚୀନ୍‌

AP News

ନୂଆଦିଲ୍ଲୀ : ଆମେରିକା ବିଦେଶ ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ଗତକାଲି ତାଙ୍କ ଭାରତ ଗସ୍ତ ସମୟରେ ତିବ୍ଦତୀୟ ଧର୍ମଗୁରୁ ଦଲାଇଲାମାଙ୍କ ପ୍ରତିନିଧିଙ୍କୁ ଭେଟିଥିଲେ। ତେବେ ଚୀନ୍‌ ଆଜି ଏହି ପ୍ରସଙ୍ଗରେ ତୀବ୍ର ପ୍ରତିକ୍ରିୟା ରଖିଛି। ତିବ୍ଦତ ଚୀନ୍‌ର ଏକ ଅଂଶ ଏବଂ ତୀବ୍ଦତର ସ୍ବାଧୀନତାକୁ ଆମେରିକା ସମର୍ଥନ କରିବନି ଏବଂ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବନି ବୋଲି ଆମେରିକା ପୂର୍ବରୁ ପ୍ରତିଶ୍ରୁତି ରଖିଥିଲା। କିନ୍ତୁ ଏହାର ଏବେ ଉଲ୍ଲଂଘନ ହୋଇଥିବାରୁ ଚୀନ୍‌ ଏଥିରେ ତୀବ୍ର ପ୍ରତିକ୍ରିୟା ରଖିଛି। ଉଲ୍ଲେଖଯୋଗ୍ୟ ଯେ, ବ୍ଲିଙ୍କେନ୍‌ ବୁଧବାର ଦିନ ଦଲାଇଲାମାଙ୍କ ପ୍ରତିନିଧି ଏନ୍‌ଗୋଡୁପ ଡଙ୍ଗଚୁଙ୍ଗ୍‌ଙ୍କୁ ଭେଟିଥିଲେ। ଆମେରିକା ତିବ୍ଦତକୁ ପୂର୍ଣ୍ଣ ସମର୍ଥନ ଦେଉଛି ବୋଲି ବ୍ଲିଙ୍କେନ୍‌ଙ୍କର ଏହି ଗସ୍ତ ଦ୍ବାରା ଚୀନ୍‌କୁ ଜଣାଇ ଦିଆଯାଇଥିଲା। ବୈଠକ ପରେ ଡଙ୍ଗଚୁଙ୍ଗ୍‌ ମଧ୍ୟ ବ୍ଲିଙ୍କେନ୍‌ଙ୍କୁ ଧନ୍ୟବାଦ ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe