ଆଖିରୁ ଲୁହ ନୁହେଁ ଝରିବ ରକ୍ତ, ବିମାନ-ଟ୍ରେନରେ ରହିଛି ବୋମା, ଧମକ ନେଇ ମହାରାଷ୍ଟ୍ରରୁ ଦିଲ୍ଲୀ ପର୍ଯ୍ୟନ୍ତ ଆତଙ୍କ

Advertisment

ଏୟାର ଇଣ୍ଡିଆର ମୁମ୍ବାଇ-ନ୍ୟୁୟର୍କ ବିମାନକୁ ବୋମାରେ ଉଡ଼ାଇ ଦେବା ଧମକ ମିଳିଛି। ସେହିପରି ମୁମ୍ବାଇ-ହାୱାଡା ମେଲ୍‌ ଟ୍ରେନ୍‌ରେ ବିସ୍ଫୋରଣ କରିବାକୁ ମଧ୍ୟ ଧମକ ଦିଆଯାଇଛି...

Updated On

ଏୟାର ଇଣ୍ଡିଆର ମୁମ୍ବାଇ-ନ୍ୟୁୟର୍କ ବିମାନକୁ ବୋମାରେ ଉଡ଼ାଇ ଦେବା ଧମକ ମିଳିଛି। ସେହିପରି ମୁମ୍ବାଇ-ହାୱାଡା ମେଲ୍‌ ଟ୍ରେନ୍‌ରେ ବିସ୍ଫୋରଣ କରିବାକୁ ମଧ୍ୟ ଧମକ ଦିଆଯାଇଛି...

ଅଦ୍ୟତନ ହୋଇଛି
10amamnzbxs

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ମୁମ୍ବାଇ-ନ୍ୟୁୟର୍କ ବିମାନ ଏବଂ ମୁମ୍ବାଇ-ହାୱଡା ମେଲ୍‌ ଟ୍ରେନ୍‌କୁ ବୋମାରେ ଉଡାଇ ଦେବା ଧମକ ପାଇବା ପରେ ଅନୁସନ୍ଧାନକାରୀ ସଂସ୍ଥା ସୋମବାର ସତର୍କତା ଅବଲମ୍ବନ କରିଛି। ତେବେ ସର୍ଚ୍ଚ ଅପରେସନରେ କୌଣସି ସନ୍ଦେହଜନକ ସନ୍ଧାନ ମିଳି ନାହିଁ। ଅଧିକାରୀ କହିଛନ୍ତି ଯେ ସୋମବାର ସକାଳେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଉଭୟ ଧମକ ଦିଆଯାଇଥିଲା।

ସୋମବାର ସକାଳେ ମୁମ୍ବାଇ ହାୱଡା ମେଲ୍‌ରେ ବୋମା ଧମକ ମିଳିବା ପରେ ଟ୍ରେନ୍‌କୁ ଖୋଜାଖୋଜି କରାଯାଇଥିଲା। ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ଦ୍ବାରା 'ଏକ୍ସ' ରେ କରାଯାଇଥିବା ପୋଷ୍ଟରେ ଟାଇମର୍ ବୋମା ବିସ୍ଫୋରଣ ହେବାର ଆଶଙ୍କା ରହିଥିବା ଖବର ପ୍ରଦାନ କରାଯାଇଥିଲା। ଏହା ସହିତ ମହାରାଷ୍ଟ୍ର ପୋଲିସ ବିରୋଧରେ ମଧ୍ୟ ଆପତ୍ତିଜନକ ଶବ୍ଦ ବ୍ୟବହାର କରାଯାଇଥିଲା।

ନାସିକରେ ପହଞ୍ଚିବା ପୂର୍ବରୁ ମୁମ୍ବାଇ-ହାୱଡା ମେଲ୍‌ରେ ବୋମା ବିସ୍ଫୋରଣ ହେବ ବୋଲି ଅଜ୍ଞାତ ବ୍ୟକ୍ତି ଦାବି କରିଥିଲେ। ଏହି କାରଣରୁ ସୋମବାର ସକାଳ ଭୋର ୪ଟାରେ ଜଲଗାଓଁରେ ଟ୍ରେନ୍ ଅଟକି ଯାଇଥିଲା ଏବଂ ପ୍ରାୟ ଦୁଇ ଘଣ୍ଟା ଧରି ତନ୍ନତନ୍ନ କରି ଯାଞ୍ଚ୍ କରାଯାଇଥିଲା। ଏହି ସମୟ ମଧ୍ୟରେ ସୁରକ୍ଷା କର୍ମୀମାନେ ଟ୍ରେନ୍‌ରେ କୌଣସି ସନ୍ଦେହଜନକ ପଦାର୍ଥ ପାଇ ନ ଥିଲେ। ଏହା ପରେ ଟ୍ରେନ୍‌କୁ ଏହାର ଗନ୍ତବ୍ୟ ପଥରେ ପଠାଯାଇଥିଲା।

ଫଜଲୁଦ୍ଦିନ ନାମକ ଏକ ଆକାଉଣ୍ଟ ମାଧ୍ୟମରେ ଟ୍ରେନ୍‌କୁ ଉଡ଼ାଇବାର ଧମକ ଦିଆଯାଇଥିଲା। ଏହି ପୋଷ୍ଟରେ ଲେଖାଥିଲା, ତୁମେ ହିନ୍ଦୁସ୍ତାନୀ ରେଳବାଇ, ଆଜି ସକାଳେ ତୁମେ ରକ୍ତର ଲୁହ କାନ୍ଦିବ।  ଆଜି ବିମାନରେ ଏବଂ ୧୨୮୦୯  ଟ୍ରେନ୍‌ରେ ବୋମା ଲଗାଯାଇଛି। ନାସିକରେ ପହଞ୍ଚିବା ପୂର୍ବରୁ ଏକ ବଡ଼ ବିସ୍ଫୋରଣ ହେବ।

ମୁମ୍ବାଇ-ହାୱଡା ମେଲ୍ ପୂର୍ବରୁ ମୁମ୍ବାଇରୁ ନ୍ୟୁୟର୍କ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମାରେ ଉଡାଇ ଦେବାକୁ ଧମକ ଦିଆଯାଇଥିଲା। ଏହି କାରଣରୁ ବିମାନଟି ଦିଲ୍ଲୀ ଆଡକୁ ମୁହାଁଇଥିଲା। ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର (ଆଇଜି ବିମାନବନ୍ଦର) ରେ ଅବତରଣ କରିବା ପରେ ବିମାନରେ ଖୋଜାଖୋଜି କରାଯାଇଥିଲା। ଏହି ବିମାନଟି ରାତି ୨ଟା ସମୟରେ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ କରିଥିଲା।

ଆଇଜି ବିମାନବନ୍ଦରରେ ପୁଲିସ ଏବଂ ସୁରକ୍ଷା ଏଜେନ୍ସି ବିମାନକୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ୍ କରିଥିଲେ। ବିମାନରେ ଥିବା ଯାତ୍ରୀ ଏବଂ କର୍ମଚାରୀଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ସମସ୍ତ ମାନକ ସୁରକ୍ଷା ପ୍ରୋଟୋକଲଗୁଡିକ ଅନୁସରଣ କରାଯାଇଥିଲା। ଏପର୍ଯ୍ୟନ୍ତ କୌଣସି ସନ୍ଦେହଜନକ ବସ୍ତୁ ଉଦ୍ଧାର ହେବାର ଖବର ନାହିଁ। ଏଭଳି ପରିସ୍ଥିତିରେ ଉଭୟ ବୋମା ବିସ୍ଫୋରଣ ଧମକକୁ ଗୁଜବ ବୋଲି ବିବେଚନା କରାଯାଉଛି। କିନ୍ତୁ ପୋଲିସ ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe