Image Courtesy of Zee News
ନୂଆଦିଲ୍ଲୀ: ‘ସଙ୍ଘାଇ କୋଅପରେସନ୍ ଅର୍ଗାନାଇଜେସନ୍’(ଏସ୍ସିଓ ) ଫୋରମ୍ରେ ଦ୍ବିପାକ୍ଷିକ ପ୍ରସଙ୍ଗ ଉଠାଯିବା ଅନୁଚିତ କହି ରୁଷ୍ ଭାରତକୁ ସମର୍ଥନ କରିବାରୁ ପାକିସ୍ତାନ ଓ ତା’ର ମିତ୍ରରାଷ୍ଟ୍ର ଚୀନ୍କୁ ଧକ୍କା ଲାଗିଛି। ପାକିସ୍ତାନ ଏହି ଭର୍ଚ୍ୟୁଆଲ୍ ସମ୍ମିଳନୀରେ ଭାରତ-ପାକିସ୍ତାନ ପ୍ରସଙ୍ଗ ଉଠାଇବାକୁ ଉଦ୍ୟମ କରିବାରୁ ରୁଷ୍ ଏଭଳି ମନ୍ତବ୍ୟ ଦେଇଛି।
ଦିଲ୍ଲୀସ୍ଥିତ ରୁଷ୍ର ଉପରାଷ୍ଟ୍ରଦୂତ ରୋମାନ୍ ଏନ୍ ବବୁସ୍କିନ୍ ଗଣମାଧ୍ୟମ ‘ୱାଇଅନ୍’ର ଏକ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି, ‘ଏସ୍ସିଓ’ର ମୌଳିକ ନିୟମାବଳୀ ଅନୁସାରେ, ଆଜେଣ୍ଡା ମଧ୍ୟକୁ ଦ୍ବିପାକ୍ଷିକ ମାମଲା ଅଣା ନ ଯିବା ଉଚିତ। ସବୁ ସଦସ୍ୟ ରାଷ୍ଟ୍ରମାନଙ୍କୁ ସ୍ପଷ୍ଟ କରାଇ ଦିଆଯାଇଛି ଯେ, ବହୁପାକ୍ଷିକ ସହଯୋଗର ଅଗ୍ରଗତି ନିମନ୍ତେ ଦ୍ବିପାକ୍ଷିକ ମାମଲାଗୁଡ଼ିକୁ ଏଡ଼ାଇ ଦେବା ଉଚିତ।
Image Courtesy of The Bridge Chronicleଗତକାଲି ‘ସଙ୍ଘାଇ କୋଅପରେସନ୍ ଅର୍ଗାନାଇଜେସନ୍’ର ଭର୍ଚୁଆଲ୍ ବୈଠକରେ ରୁଷ୍ ମଧ୍ୟ କହିଥିଲା ଯେ, ଯଦି ଭାରତ ଓ ଚୀନ୍ ମଧ୍ୟରେ ଆହୁରି ଉତ୍ତେଜନା ବଢ଼େ, ତାହା ୟୁରେସିଆ ପର୍ଯ୍ୟନ୍ତ ଆଞ୍ଚଳିକ ଅସ୍ଥିରତା ସୃଷ୍ଟି କରିବ। ତେଣୁ, ବୁଝାମଣା କରି ସୀମା ବିବାଦର ସମାଧାନ ହେବା ଉଚିତ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ସଦସ୍ୟ ରାଷ୍ଟ୍ରମାନେ ସମ୍ମୁଖୀନ ହେଉଥିବା ଆଞ୍ଚଳିକ ଚାଲେଞ୍ଜ୍ଗୁଡ଼ିକର ମୁକାବିଲା ଉପରେ ଗୁରୁତ୍ବ ଦେବା ସହ ‘ଏସ୍ସିଓ’ ଆର୍ଥିକ ଓ ମାନବୀୟ ସହଯୋଗିତାକୁ ପ୍ରୋତ୍ସାହନ ଦିଏ। ଆମେ ଭାରତ ଓ ପାକିସ୍ତାନର ଦ୍ବିପାକ୍ଷିକ ମାମଲାରେ ହସ୍ତକ୍ଷେପ କରିବୁ ନାହିଁ। ଆମର ଏହି ଧାରା ସ୍ଥିର ଓ ଅପରିବର୍ତ୍ତିତ ରହିଛି। ଆଶା ଏଭଳି ପ୍ରସଙ୍ଗ ଆଉ ଉପସ୍ଥାପନ କରାଯିବ ନାହିଁ।
ସେ ମଧ୍ୟ କହିଛନ୍ତି ଯେ, ଭାରତ ଯୁକ୍ତରାଷ୍ଟ୍ର ଆମେରିକା କିଂବା ଅନ୍ୟ କୌଣସି ଦେଶମାନଙ୍କ ସହ ଭାଗିଦାରୀ ହେଲେ ରୁଷ୍ର କୌଣସି ସମସ୍ୟା ନାହିଁ।
Follow Us