News Trak
ଅଯୋଧ୍ୟା: ଛତିଶଗଡ଼ର ଏକ ନିପଟ ମଫସଲ ଗାଁର ଜଣେ ମୁସଲମାନ ବ୍ୟକ୍ତିଙ୍କୁ କେନ୍ଦ୍ରକରି ଏବେ ତମାମ୍ ଦେଶରେ ଆରମ୍ଭ ହୋଇଛି ଚର୍ଚ୍ଚା ଓ ଆଲୋଚନା। ଆସନ୍ତା ଅଗଷ୍ଟ ୫ ତାରିଖରେ ଅଯୋଧ୍ୟାରେ ଆୟୋଜିତ ହେବାକୁ ଥିବା ପ୍ରସ୍ତାବିତ ରାମ ମନ୍ଦିରର ‘ଭୂମି ପୂଜନ’ ସମାରୋହରେ ଯୋଗଦେବା ପାଇଁ ମହମ୍ମଦ ଫୈଜ୍ ଖାନ୍ ନାମକ ଛତିଶଗଡ଼ର ଏହି ମୁସଲମାନ ରାମ ଭକ୍ତ ଜଣକ ପାଦରେ ଚାଲିଚାଲି ଦୀର୍ଘ ୮୦୦ କିଲୋମିଟର ପଥ ଅତିକ୍ରମ କରି ଅଯୋଧ୍ୟା ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି।
Jansattaପ୍ରଭୁ ରାମଙ୍କ ମାତା କୌଶଲ୍ୟା ଜନ୍ମଗ୍ରହଣ କରିଥିବା ଚାନ୍ଦଖୁରୀରୁ ପ୍ରଭୁ ରାମଙ୍କ ଏହି ଭକ୍ତ ମହମ୍ମଦ ଯେ ପ୍ରଥମ ଥର ଏପରି କରୁଛନ୍ତି ତା’ ନୁହେଁ; ଏହା ପୂର୍ବରୁ ମଧ୍ୟ ସେ ୧୫ ହଜାର କିଲୋମିଟର ପାଦରେ ଚାଲିଚାଲି ଏକାଧିକ ହିନ୍ଦୁ ଦେବାଦେବୀ ମନ୍ଦିର ଦର୍ଶନ କରିଥିବା କହିଛନ୍ତି ସେ। ସେ ଯାତ୍ରା କାଳରେ ମଧ୍ୟ ମୁଁ ଏକାଧିକ ମନ୍ଦିର ଓ ମଠରେ ମଧ୍ୟ ଅବସ୍ଥାନ କରିଥିଲି। ସେତେବେଳେ ତ କାହିଁକି ମୋତେ ନେଇ ଏତେ ଚର୍ଚ୍ଚା ଓ ଆଲୋଚନା ହେଉ ନଥିଲା? ଏବେ ମୋତେ ନେଇ କହିଁକି ଏତେ ଚର୍ଚ୍ଚା ହେଉଛି ବୋଲି ସଂପ୍ରତି ମଧ୍ୟପ୍ରଦେଶର ଅନୁପପୁରରେ ପହଞ୍ଚିଥିବା ମୁସଲମାନ ଭକ୍ତ ମହମ୍ମଦ ପାଲଟା ପ୍ରଶ୍ନ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଅଯୋଧ୍ୟାର ରାମ ମନ୍ଦିର ପାଇଁ ଭକ୍ତ ମହମ୍ମଦ ମଧ୍ୟ ଭୂମି ପୂଜନ ସମାରୋହ ପାଇଁ ଚାନ୍ଦଖୁରୀରୁ ସଙ୍ଗରେ ମାଟି ମଧ୍ୟ ନେଇକି ଆସିଛନ୍ତି।
NewsNationରାମଭକ୍ତ ମହମ୍ମଦ କହିଛନ୍ତି ଯେ ତାଙ୍କ ନାମ ଜଣେ ମୁସଲମାନର। କିନ୍ତୁ ତାଙ୍କର ପୂର୍ବପୁରୁଷମାନେ ହିନ୍ଦୁ ଥିଲେ। ‘ମୁଁ ମୋର ନାମ ଏବଂ ଧର୍ମରୁ ମୁସଲମାନ। କିନ୍ତୁ ମୁଁ ଭଗବାନ ରାମଙ୍କର ଜଣେ ଭକ୍ତ। ଯଦି ଆମେ ଆମର ପୂର୍ବଜମାନଙ୍କ ବିଷୟରେ ଜାଣିବା, ସେମାନେ ହିନ୍ଦୁ ଥିଲେ। ସେମାନଙ୍କର ନାମ ରାମଲାଲ କିମ୍ବା ଶ୍ୟାମଲାଲ ହୋଇପାରେ। ଆମେ ମସଜିଦ ଯାଉ ସତ। ହେଲେ, ଆମ ସମସ୍ତଙ୍କର ହିନ୍ଦୁ ଉତ୍ପତ୍ତି ରହିଛି’, ବୋଲି ସେ କହିଛନ୍ତି।
Follow Us