ନସବନ୍ଦୀ କରାଇ ପ୍ରତିଦିନ ୧୦ କୁକୁରଙ୍କ ଜୀବନ ନେଉଛି ବିଏମସି ! ମୁଖ୍ୟମନ୍ତ୍ରୀଙ୍କୁ ହସ୍ତକ୍ଷେପ କରିବାକୁ ଅନୁରୋଧ କଲେ ମାନେକା

Advertisment
ନସବନ୍ଦୀ କରାଇ ପ୍ରତିଦିନ ୧୦ କୁକୁରଙ୍କ ଜୀବନ ନେଉଛି ବିଏମସି ! ମୁଖ୍ୟମନ୍ତ୍ରୀଙ୍କୁ ହସ୍ତକ୍ଷେପ କରିବାକୁ ଅନୁରୋଧ କଲେ ମାନେକା

ଭୁବନେଶ୍ବର: ଭୁବନେଶ୍ବର ମୁନିସିପାଲ କ‌ର୍ପୋରେସନ(ବିଏମସି) ଉପରେ ଗମ୍ଭୀର ଆରୋପ ଲଗାଇଲେ ବିଜେପି ସାଂସଦ ମାନେକା ଗାନ୍ଧୀ। ନସବନ୍ଦୀ କରାଇ ପ୍ରତିଦିନ ବିଏମସି ୧୦କୁକୁରଙ୍କ ଜୀବନ ନେଉଥିବା କହିଛନ୍ତି ମାନେକା ଗାନ୍ଧୀ। ଏକ ଭିଡିଓ ଜରିଆରେ ସେ ଭୁବନେଶ୍ବରର ସହିଦନଗରରେ କିଭଳି ଭାବେ ନସବନ୍ଦୀ ନାଁରେ କୁକୁରଙ୍କୁ ହତ୍ୟା କରାଯାଉଛି ସେ ନେଇ ଚିନ୍ତା ପ୍ରକଟ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତୁରନ୍ତ ଏହାକୁ ବନ୍ଦ କରିବାକୁ କହିଛନ୍ତି।

ପିପୁଲ ଫର ଆନିମଲ ଇନଷ୍ଟା ପେଜରେ ପୋଷ୍ଟ କରାଯାଇଥିବା ଏକ ଭିଡିଓରେ ମାନେକା ଗାନ୍ଧୀ କହୁଛନ୍ତି ଯେ, ବିଏମସି ଏବେ କୁକୁରମାନଙ୍କର ନସବନ୍ଦୀ କରାଇବା ଅଭିଯାନ ପୁଣି ଥରେ ଆରମ୍ଭ କରିଛି, ଯାହା ବେଆଇନ ଅଟେ। ଏହି ଅଭିଯାନରେ କୁକୁରଙ୍କୁ ରାସ୍ତାରୁ ଉଠାଇ ନେଇ ସହିଦନଗର ନିଆଯାଉଛି। ସେଠାରେ ୪୪ ଡିଗ୍ରି ଖର‌ାରେ ସେମାନଙ୍କୁ ତଳେ ପକାଯିବା ସହ ଆନେସ୍ଥେସିଆ ନଦେଇ ନସବନ୍ଦୀ କରାଯାଉଛି। ନସବନ୍ଦୀ ପରେ ନା ଆଣ୍ଟିବାୟୋଟିକ୍ ଦିଆଯାଉଛି ନା ପେନ୍ କିଲର୍।  ଯନ୍ତ୍ରଣାରେ କୁକୁରଙ୍କୁ ମରିବାକୁ ଛାଡ଼ି ଦିଆଯାଉଛି। ସେଠାରେ ଥିବା ପ୍ରାଣୀ  ଚିକିତ୍ସକ ସରୋଜ ପ୍ରଧାନ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଅସ୍ତ୍ରୋପଚାର କରିବା ପାଇଁ ତାଙ୍କ ପାଖରେ ପ୍ରଶିକ୍ଷଣର ଅଭାବ ଥିବା ବେଳେ ସେ କୁକୁରକୁ ଅସ୍ତ୍ରୋପଚାର ପରେ ସାମାନ୍ୟ ଯତ୍ନ ମଧ୍ୟ ନିଅନ୍ତି ନାହିଁ ବୋଲି ଅଭିଯୋଗ କରିଛନ୍ତି ମାନେକା।  ଏହା ଫଳରେ ପ୍ରତିଦିନ ପ୍ରାୟ ୧୦କୁକୁର ମୃତ୍ୟୁବରଣ କରୁଛନ୍ତି। ଏହାକୁ ରୋକାଯିବା ଜରୁରୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିପ୍ରତି ତୁରନ୍ତ ଧ୍ୟାନ ଦିଅନ୍ତୁ ବୋଲି ସେ କହିଛନ୍ତି। ଏହି ଇନଷ୍ଟା ପୋଷ୍ଟଟିକୁ ମୁଖ୍ୟମନ୍ତ୍ରୀଙ୍କୁ ଏବଂ ୫-ଟି ସଚିବ ଭି.କେ.ପାଣ୍ଡିଆନଙ୍କୁ ଟ୍ୟାଗ୍ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe