newindianexpress
ମୁମ୍ବାଇ: ମୁମ୍ବାଇରେ ୨୭୪୯ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବ୍ରିହାନମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ଶନିବାର ମୋଟ ୧୩୦୫ଟି କୋଠାକୁ ସିଲ୍ କରିଛି।
ବିଏମସି କହିଛି ଯେ, "୨୭୪୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୁମ୍ବାଇରେ ମୋଟ ୧୩୦୫ଟି କୋଠାକୁ ସିଲ୍ କରାଯାଇଛି। ଏହି ସିଲ୍ ହୋଇଥିବା ଅଟ୍ଟାଳିକାରେ ୭୧,୮୩୮ ପରିବାର ବାସ କରୁଛନ୍ତି।’’
ସଂକ୍ରମଣ ବଢ଼ୁଥିବା ବେଳେ ଏବେ ଏ ନେଇ କଡ଼ା କଟକଣା ଜାରି କରାଯାଇଛି। ବିଶେଷକରି ମହାରାଷ୍ଟ୍ରର ୩ଟି ଜିଲ୍ଲା ଯବତମଲ, ଅକୋଲା ଏବଂ ଅମରାବତୀରେ ସପ୍ତାହନ୍ତମାନଙ୍କରେ ସାମାଜିକ ଦୂରତ୍ୱ ନିୟମ ଜାରି କରିବାକୁ ଆଦେଶ ଦିଆଯାଇଛି। ଏହାଛଡ଼ା, ରବିବାର ଦିନ ଏହି ଜିଲ୍ଲାମାନଙ୍କରେ ଲକ୍ଡାଉନ୍ ପାଇଁ ଘୋଷଣା କରାଯାଇଛି। ଜନ ସମାବେଶ ନିମନ୍ତେ ଅନୁମତି ନ ଦେବାକୁ ମଧ୍ୟ ଜିଲ୍ଲା ଅଧିକାରୀମାନଙ୍କୁ କୁହାଯାଇଛି। ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ଵାର୍ କହିଛନ୍ତି ଯେ, କୋଭିଡ୍-୧୯ ମାମଲା ବୃଦ୍ଧି ପାଉଥିବା ବେଳେ ସର୍ବସାଧାରଣରେ ମାସ୍କ୍ ନ ପିନ୍ଧୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସେ ନିର୍ଦେଶ ଦେଇଛନ୍ତି।
Mint
Follow Us