ପୱନ କଲ୍ୟାଣ ଜିତିବାରୁ ସତକୁ ସତ ନାମ ବଦଳାଇ ଦେଲେ ୱାଇଏସ୍‌ଆର୍‌ସିପି ନେତା

Advertisment
ପୱନ କଲ୍ୟାଣ ଜିତିବାରୁ ସତକୁ ସତ ନାମ ବଦଳାଇ ଦେଲେ ୱାଇଏସ୍‌ଆର୍‌ସିପି ନେତା

ନୂଆଦିଲ୍ଲୀ: ଚ୍ୟାଲେଞ୍ଜ ହାରିବା ପରେ ନିଜ ନାଁ ବଦଳାଇଲେ ୱାଇଏସ୍‌ଆର୍‌ସିପି ନେତା। ଜନସେନା ମୁଖ୍ୟ ପୱନ କଲ୍ୟାଣ ଜିତିବା ପରେ  ୱାଇଏସ୍‌ଆର୍‌ସିପି ବରିଷ୍ଠ ନେତା ମୁଦ୍ରାଗଡା ପଦ୍ମନାଭ ନିଜ ନାଁକୁ କୋର୍ଟରେ ସତ୍ୟପାଠ ଦାଖଲ କରି ବଦଳାଇଛନ୍ତି ।

ନିର୍ବାଚନ ପୂର୍ବରୁ ପଦ୍ମନାଭ ଏନେଇ ପ୍ରତିଜ୍ଞା କରିଥିଲେ ଆଉ କହିଥିଲେ ଯଦି ସେ ପୱନ କଲ୍ୟାଣୟ ଜିତିବେ ତେବେ ସେ ନିଜ ନାଁ ବଦଳାଇ ଦେବେ। ସତକୁ ସତ ପବନ କଲ୍ୟାଣ ଜିତି ଯାଇଛନ୍ତି। ତେଣୁ ସେ ଯାହା କହିଥିଲେ ତାହାକୁ ରଖିଛନ୍ତି। ପିଠାପୁରମ ନିର୍ବାଚନ ମଣ୍ଡଳୀରେ ପୱନ କଲ୍ୟାଣ ଓ ୱାଇଏସ୍‌ଆର୍‌ସିପି ପ୍ରାର୍ଥୀ ଗୀତା ବିଶ୍ବନାଥମ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ବିଶ୍ବନାଥମଙ୍କୁ ହରାଇ ପବନ କଲ୍ୟାଣ ନିର୍ବାଚନ ଜିତିଯାଇଛନ୍ତି। ସେ ୭୦ ହଜାର ବ୍ୟବଧାନରେ ଭୋଟ୍‌ ଜିତିଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe