ଇଣ୍ଡୋନେସିଆରେ ଡଙ୍ଗା ବୁଡି ୮ ମୃତ, ୪ ନିଖୋଜ

Advertisment
ଇଣ୍ଡୋନେସିଆରେ ଡଙ୍ଗା ବୁଡି ୮ ମୃତ, ୪ ନିଖୋଜ

ଜାକାର୍ତ୍ତା: ଇଣ୍ଡୋନେସିଆର ବୋର୍ଣ୍ଣିଆ ସମୁଦ୍ରରେ ଏକ ଯାତ୍ରୀବାହୀ ଡଙ୍ଗା ବୁଡି ଅନ୍ୟୁନ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ସୁଦ୍ଧା ୪ ଜଣ ନିଖୋଜ ଥିବା ଜଣାପଡ଼ିଛି। ମିଳିଥିବା ଖବର ମୁତାବକ, ଉତ୍ତର ବୋର୍ଣ୍ଣିଆର ତନ୍‌ଜୁଗ ସେଲର ଉପକୂଳରୁ ପ୍ରାୟ ୪୫ ଜଣ ଯାତ୍ରୀଙ୍କୁ ନେଇ ସମୁଦ୍ର ଯାତ୍ରା ଅ୍ରାରମ୍ଭ କରିଥିବା ଡଙ୍ଗାଟି ଅଳ୍ପ କିଛି ବାଟ ଗଲା ପରେ ବୁଡି ଯାଇଥିଲା। ନୌସେନା ପକ୍ଷରୁ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯିବାରୁ ୩୩ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା ବେଳେ ୮ ଜଣଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଅନ୍ୟ ସମସ୍ତ ଯାତ୍ର୍ରୀ ଏବେ ସୁଦ୍ଧା ନିଖୋଜ ଥିବାରୁ ଉଦ୍ଧାର ଅଭିଯାନ ଜାରି ରହିଛି। ସମୁଦ୍ର ଅଶାନ୍ତ ଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବା ସେନା ପକ୍ଷରୁ କୁହାଯାଇଛି । ତେବେ ଦୁର୍ଘଟଣାର କାରଣ ଏବେ ସୁଦ୍ଧା ଜଣା ପଡିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe