mangalorean.com
କୋଟା: ବୁଧବାର ସକାଳେ ରାଜସ୍ଥାନର ବୁନ୍ଦି ଜିଲ୍ଲା ଅନ୍ତର୍ଗତ ଇନ୍ଦରଗଡ଼ ଅଞ୍ଚଳରେ ୪୦ଜଣ ଭକ୍ତଙ୍କୁ ଏକ ମନ୍ଦିରକୁ ନେଇ ଯାଉଥିବା ଗୋଟାଏ ନୌକା ଚମ୍ବଲ୍ ନଦୀରେ ଓଲଟି ପଡ଼ିବାରୁ ଅନ୍ୟୂନ ୧୪ଜଣଙ୍କର ମୃତ୍ୟୁ ଘଟିଛି।
ଘଟଣାଟି କୋଟା ଜିଲ୍ଲାର ଖଟୋଲି ଥାନା ଅଧୀନରେ ଘଟିଛି। କୋଟା ଗ୍ରାମୀଣ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ଶରଦ ଚୌଧୁରୀ କହିଛନ୍ତି ଯେ, ମନ୍ଦିରକୁ ୪୦ଜଣ ଭକ୍ତଙ୍କୁ ନେଇ ଯାଉଥିବା ନୌକାଟି ବୁଧବାର ସକାଳ ପ୍ରାୟ ୮. ୪୫ ମିନିଟ୍ରେ ଚମ୍ବଲ୍ ନଦୀରେ ଓଲଟି ପଡ଼ିଛି। ପ୍ରାୟ ୨୦/୨୫ଜଣ ଲୋକ ନଈକୂଳକୁ ପହଁରି ଆସିଥିବା ରିପୋର୍ଟ ହୋଇଛି। ବାକି ୧୪ଜଣ ଲୋକ ନିଖୋଜ ଅଛନ୍ତି।
Image Courtesy of OneIndiaସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଖଟୋଲି ଥାନା ଅନ୍ତର୍ଗତ ଗାଁମାନଙ୍କରୁ ମହିଳା ଓ ପିଲାଙ୍କ ସମତେ ୪୦/୫୦ଜଣ ଲୋକ ଇନ୍ଦରଗଡ଼ରେ ଅବସ୍ଥିତ କମଳେଶ୍ବର ମହାଦେବ ମନ୍ଦିରକୁ ଦର୍ଶନ ନିମନ୍ତେ ଯାଉଥିଲେ।
ସ୍ଥାନୀୟ ପ୍ରଶାସନ, ଗ୍ରାମବାସୀ ଏବଂ ପୁଲିସ ଟିମ୍ ମିଳିତ ଭାବେ ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଥିଲେ। ରାଜ୍ୟ ବିପର୍ଯ୍ୟୟ ମୁକାବିଲା ବଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିଛି।
ଏହି ଦୁଃଖଦାୟକ ଖବର ଶୁଣି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଶୋକ ପ୍ରକାଶ କରିଛନ୍ତି। ଟୁଇଟ୍ କରି ସେ ଲେଖିଛନ୍ତି, କୋଟାର ଥାନା ଅଞ୍ଚଳର ଖଟୋଲି ଅଞ୍ଚଳ ନିକଟ ଚମ୍ବଲ ଧୀବରୀ ନୌକା ଓଲଟି ପଡ଼ିବା ଘଟଣା ଖୁବ୍ ଦୁଃଖଦାୟକ ଓ ଦୁର୍ଭାଗ୍ୟଜନକ। ମୃତବ୍ୟକ୍ତିଙ୍କ ପରିବାରବର୍ଗଙ୍କ ପ୍ରତି ମୋର ଗଭୀର ସମବେଦନା। ପ୍ରଭାବିତ ପରିବାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ସହାୟତା ପାଇବେ।
Follow Us