ଗଙ୍ଗାରେ ବୁଡ଼ିଗଲା ପନିପରିବା ବୋଝେଇ ଡଙ୍ଗା, ୨ ନିଖୋଜ, ପହଁରି ପହଁରି ଜୀବନ ବଞ୍ଚାଇଲେ ୧୦ ଯାତ୍ରୀ

Advertisment
ଗଙ୍ଗାରେ ବୁଡ଼ିଗଲା ପନିପରିବା ବୋଝେଇ ଡଙ୍ଗା, ୨ ନିଖୋଜ, ପହଁରି ପହଁରି ଜୀବନ ବଞ୍ଚାଇଲେ ୧୦ ଯାତ୍ରୀ

ପାଟନା:  ବିହାରର ରାଜଧାନୀ ପାଟନାର ମନେରଠାରେ ଗଙ୍ଗାନଦୀରେ ଏକ ବଡ଼ ଦୁର୍ଘଟଣା ଘଟିଛି । ମହାବୀର ଟୋଲାସ୍ଥିତ ଗଙ୍ଗା ନଦୀ ଘାଟରେ ପନିପରିବା ବୋଝେଇ ଏକ ଡଙ୍ଗା ବୁଡ଼ି ଯାଇଛି। ଡଙ୍ଗାରେ ୧୨ ଜଣ ଥିଲେ, ୧୦ ଜଣ ପହଁରି କୌଣସି ପ୍ରକାରେ ଜୀବନ ବଞ୍ଚାଇଥିଲେ, କିନ୍ତୁ ୨ ଜଣ ଏବେ ବି ନିଖୋଜ ଅଛନ୍ତି। ଘଟଣାସ୍ଥଳରେ ନିଖୋଜ ଦୁଇ ଜଣଙ୍କୁ ଖୋଜିବାରେ ଲାଗିଛି ଏସଡିଆରଏଫ ଟିମ୍ ।

ମିଳିଥିବା ସୂଚନା ଅନୁଯାୟୀ, ମହାବୀର ଟୋଲାର ଗଙ୍ଗା ନଦୀ ଘାଟରେ ପରିବା ବିକ୍ରି କରୁଥିବା ଲୋକେ ଏକ ଡଙ୍ଗାରେ ଦିଆରାରୁ ଆସୁଥିଲେ। ଆସୁଥିବାବେଳେ କୌଣସି କାରଣରୁ ଡଙ୍ଗାଟି ବୁଡ଼ି ଯାଇଥିଲା। କୌଣସି ପ୍ରକାରେ କିଛି ଲୋକ ପହଁରି  ପହଁରି ନିଜ ଜୀବନ ବଞ୍ଚାଇଥିବା ବେଳେ ୨ ଜଣ ନଦୀରେ ବୁଡ଼ି ଯାଇଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ଘାଟ ଆସିବାର ୨୦ ମିଟର ପୂର୍ବରୁ ଏହି ଦୁର୍ଘଟଣା ଘଟିଥିଲା। ପ୍ରଶାସନପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୧୦ ଜଣ ପହଁରି ବାହାରକୁ ଆସିଥିଲେ। ଏହି ଦୁର୍ଘଟଣାରେ ପାଟନାର ନାଗା ଟୋଲା ୱାର୍ଡ ନମ୍ବର ୪ରେ ରହୁଥିବା ବିଜେନ୍ଦ୍ର କୁମାର ରାୟ ଓ ରଣବୀର କୁମାର ନିଖୋଜ ଥିବା ଜଣାପଡ଼ିଛି। ନଦୀରେ ଉଭୟଙ୍କୁ ଖୋଜୁଛି ଏସଡିଆରଏଫ । ଖବର ଲେଖା ହେବା ବେଳକୁ ଉଭୟଙ୍କ ପତ୍ତା ମିଳିନଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe