ଉତ୍ତରପ୍ରଦେଶରେ ଗଙ୍ଗାରେ ଭାସୁଥିବା ଦେଖିବାକୁ ମିଳିଲା ଅନେକ କରୋନା ସଂକ୍ରମିତଙ୍କ ମୃତଦେହ: ଆତଙ୍କିତ ହେଲେ ଗ୍ରାମବାସୀ

Advertisment
ଉତ୍ତରପ୍ରଦେଶରେ ଗଙ୍ଗାରେ ଭାସୁଥିବା ଦେଖିବାକୁ ମିଳିଲା ଅନେକ କରୋନା ସଂକ୍ରମିତଙ୍କ ମୃତଦେହ: ଆତଙ୍କିତ ହେଲେ ଗ୍ରାମବାସୀ

zeenews.india.com

ନୂଆଦିଲ୍ଲୀ: ବିହାରର ବକ୍ସର ଜିଲ୍ଲାରେ ଗଙ୍ଗା ନଦୀରେ ୪୦ରୁ ଊର୍ଧ୍ବ ଶବ ଭାସୁଥିବା ଦେଖିବାକୁ ମିଳିଥିବା ବେଳେ ଏଭଳି ଏକ ଘଟଣା ପୁଣି ସାମ୍ନାକୁ ଆସିଛି। ଗାଜିପୁରରେ ଗଙ୍ଗା ନଦୀରେ ୧୨ରୁ ଊର୍ଧ୍ବ ମୃତଦେହ ଭସୁଥିବା ଦେଖିବାକୁ ମିଳିଛି। ନଦୀରେ ଏପରି ମୃତଦେହ ଭାସିବା କରୋନା ସଂକ୍ରମଣକୁ ଆହୁରି ବୃଦ୍ଧି କରିପାରେ ବୋଲି କୁହାଯାଉଛି। ଏହି ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଏକ ପ୍ରକାର ଭୟର ବାତାବରଣ ଖେଳି ଯାଇଛି। ଘଟଣା ସାମ୍ନାକୁ ଆସିବା ପରେ ଜିଲ୍ଲାଅଧିକାରୀ ଯାଞ୍ଚ ପାଇଁ ଟିମ ଗଠନ କରିଛନ୍ତି। ଗାଜିପୁର ଜିଲ୍ଲାର ଅନେକ ଘାଟରୁ ଶବ ମିଳିଛି। ସୋଝବା ଓ ବୁଲାକିଦାସ ବାବା ଘାଟରୁ ୧୨ରୁ ଊର୍ଧ୍ବ ମୃତଦେହ ମିଳିଛି।

ତେବେ ଏହି ଘଟଣା ପ୍ରଥମ ନୁହେଁ, ଏହା ପୂର୍ବରୁ ବିବହାର ବକ୍ସାରୁ ସମାନ ଘଟଣା ସାମ୍ନାକୁ ଆସିଥିଲା
ବିହାର ବକ୍ସାର ଜିଲ୍ଲାର ଚୌସା ସହର ନିକଟ ଗଙ୍ଗା ନଦୀର ମହାଦେବ ଘାଟରେ ୪୦ରୁ ଅଧିକ ଶବ ଭାସୁଥିବା ସ୍ଥାନୀୟ ଲୋକେ ଦେଖିବା ପରେ ଭୟଭୀତ ହୋଇ ପଡ଼ିଥିଲେ। ଏଗୁଡ଼ିକ ଉତ୍ତର ପ୍ରଦେଶରୁ ଭାସିଆସି ଏଠାରେ ଲାଗିଥାଇପାରେ ବୋଲି ସ୍ଥାନୀୟ ପ୍ରଶାସନ କହିଛି।

ଏହି ମୃତଶରୀର ଗୁଡ଼ିକ କୋଭିଡ ରୋଗୀଙ୍କର ବୋଲି ଅନୁମାନ କରାଯାଉଛି। ମୃତକଙ୍କ ସଂପର୍କୀୟମାନେ ଶବକୁ ଦାହ କରିବାରେ ଅସମର୍ଥ ହେବା କାରଣରୁ ଗଙ୍ଗା ନଦୀରେ ଭସାଇ ଦେଇଥାଇ ପାରନ୍ତି ବୋଲି କୁହାଯାଉଛି। ଏତଦ ବ୍ୟତୀତ ଶ୍ମଶାନରେ ସ୍ଥାନ କିମ୍ବା ଦାହ ପାଇଁ କାଠର ଅଭାବ ଏହାର ଆଉ ଏକ କାରଣ ହୋଇଥାଇପାରେ।

ତେବେ ଭାସୁଥିବା ଶବ ସଂଖ୍ୟା ପାଖାପାଖି ୧୦୦ ହୋଇପାରେ ବୋଲି କିଛି ବ୍ୟକ୍ତି କହୁଛନ୍ତି। ମୃତ ଶରୀର ପଚି ଫୁଲିଯାଇଥିବାରୁ ୫ରୁ ୭ ଦିନ ପୂର୍ବରୁ କେହି ପାଣିରେ ଭସାଇ ଦେଇଥିବା ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe