ଆତ୍ମହତ୍ୟା ନା, ହତ୍ୟା: ଦିଲ୍ଲୀର ଏକ ଘରୁ ୭ ମହିଳା ଏବଂ ୪ ପୁରୁଷଙ୍କ ଶବ ଉଦ୍ଧାର

ଆତ୍ମହତ୍ୟା ନା, ହତ୍ୟା: ଦିଲ୍ଲୀର ଏକ ଘରୁ ୭ ମହିଳା ଏବଂ ୪ ପୁରୁଷଙ୍କ ଶବ ଉଦ୍ଧାର

ନୂଆଦିଲ୍ଲୀ: ରବିବାର ପ୍ରତ୍ୟୁଷରେ ନୂଆଦିଲ୍ଲୀର ବୁରାରି ଅଞ୍ଚଳରେ ଥିବା ଏକ ଘରୁ ୧୧ ଜଣଙ୍କ ଶବ ଉଦ୍ଧାର କରାଯାଇଛି।

ଉଦ୍ଧାର ଶବ ହେଉଛି ୭ ଜଣ ମହିଳା ଏବଂ ୪ ଜଣ ପୁରୁଷଙ୍କର। ପ୍ରାଥମିକ ଖବରରୁ ଜଣାପଡ଼ିଛି ଯେ ମହିଳାମାନେ ଗୋଟିଏ ପରିବାରର।

କେତେକ ଶବ ଝୁଲନ୍ତା ଅବସ୍ଥାରେ ମିଳିଥିବା ବେଳେ ଅନ୍ୟ କେତୋଟିର ହାତ ବନ୍ଧା ଯାଇଥିଲା। ଶବଗୁଡ଼ିକ ଗୋଟିଏ େଓ୍ଵବ୍‌ରୁ ଝୁଲୁଥିଲା।

କେତେକ ପଡ଼ୋଶୀ ଝୁଲନ୍ତା ଶବ ଦେଖି ପୁଲିସକୁ ଖବର ଦେଇଥିଲେ।

ସେଥିରେ କେତେକ ପିଲାଙ୍କ ଶବ ରହିଛି ବୋଲି ଖବର ଆସିଛି। କିନ୍ତୁ ପୁଲିସ କିଛି ସ୍ପଷ୍ଟ କରିନାହିଁ।

ପରିବାର ସଂକ୍ରାନ୍ତରେ ଅଧିକ ସୂଚନା ପାଇଁ ମୃତବ୍ୟକ୍ତିମାନଙ୍କର ସମ୍ପର୍କୀୟମାନଙ୍କୁ ଡକା ଯାଉଛି।

publive-image

ମୃତ ବ୍ୟକ୍ତିମାନଙ୍କର ଦୁଇ ତାଲାବିଶିଷ୍ଟ ଘରଟି ବୁରାରି ଅନ୍ତର୍ଗତ ଶାନ୍ତ ନଗରର ୨୪ ନମ୍ବର ଗଳିରେ ଅବସ୍ଥିତ।

ଘଟଣାସ୍ଥଳକୁ ଦିଲ୍ଲୀ ପୁଲିସର ଏକ ଦଳ ଯାଇଛି। ଏହା ଗଣଆତ୍ମହତ୍ୟା ନା, ସେମାନଙ୍କୁ ମାରି ଝୁଲାଇ ଦିଆଯାଇଛି, ତାହାର ତଦନ୍ତ କରୁଛି ପୁଲିସ।

ସ୍ଥାନୀୟ ଗୁରୁଦ୍ୱାର ନିକଟରେ ଉକ୍ତ ପରିବାର ଏକ ତେଜରାତି ଦୋକାନ ଅଛି। ସେମାନେ କିଛି ଆସବାବପତ୍ର ବ୍ୟବସାୟ ମଧ୍ୟ କରନ୍ତି।

ସମଗ୍ର ଅଞ୍ଚଳକୁ କର୍ଡନ କରାଯାଇଛି ଏବଂ ପୁଲିସ ସ୍ଥାନୀୟ ଲୋକଙ୍କ ଠାରୁ ପରିବାର ସମ୍ପର୍କରେ ସବିଶେଷ ତଥ୍ୟ ଯୋଗାଡ଼ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe