ଦୁଃଖଦ ଘଟଣା: ଦୁଇ ସହିଦଙ୍କ ମରଶରୀରକୁ ଏକ ପରିବା ଟେମ୍ପୋରେ ବୋହି ହସ୍ପିଟାଲ୍‌ ନେଲେ ସାଥି ପୁଲିସ

ସମ୍ଭଲ : ଉତ୍ତରପ୍ରଦେଶର ସମ୍ଭଲ ଜିଲ୍ଲାରେ କିଛି ଅଜ୍ଞାତ ଯୁବକ ଦୁଇଜଣ ପୁଲିସ କର୍ମୀଙ୍କୁ ଗୁଳି କରି ହତ୍ୟା କରିବା ସହ ତିନିଜଣ କଏଦୀଙ୍କୁ ମୁକ୍ତ କରି ଦେଇଛନ୍ତି । ଏହି ଦୁଃଖଦ ଘଟଣାରୁ ଅଧିକ ଦୁଃଖଦାୟକ ଓ ଲଜ୍ୟନୀୟ ହେଉଛି ନିଜ ସାଥି ପୁଲିସକର୍ମୀଙ୍କ ମରଶରୀରକୁ ନେବା ପାଇଁ ପୁଲିସ ବିଭାଗ ମ୍ବୁଲାନ୍‌ସ ଯୋଗାଡି ପାରିଲେ ନାହିଁ। ତେଣୁ ଦୁଇ ସହିଦଙ୍କ ମରଶରୀରକୁ ଏକ ପରିବା ଟେମ୍ପୋରେ ବୋହି ହସ୍ପିଟାଲ୍‌କୁ ନିଆଯାଇଥିଲା।

ଅନ୍ୟପକ୍ଷରେ ଯେଉଁ ପୁଲିସ୍‌ ଭ୍ୟାନରେ କଏଦୀଙ୍କୁ ନିଆଯାଉଥିଲା ଉକ୍ତ ଭ୍ୟାନର ଅବସ୍ଥା ଶୋଚନୀୟ ଅବସ୍ଥାରେ ଥିଲା ଏମିତି କି ଗାଡି ଷ୍ଟାର୍ଟ କରିବା ପାଇଁ ଧକ୍କା ଦେବାକୁ ପଡୁଥିଲା । ବୁଧବାର ମଧ୍ୟ ଭ୍ୟାନ୍‌ କୁ ପୁଲିସ୍‌ କର୍ମୀମାନେ ଧକ୍କା ଦେଇ କଏଦୀଙ୍କୁ ସେଥିରେ ନେଇଥିଲେ ।

publive-image

ଏହି ମାମଲାରେ ଡିଜିପି ଓ.ପି ସିଂହ କହିଛନ୍ତିି , ଘଟଣା ପରେ ଗୁରୁତର ଥିବା ପୁଲିସ କର୍ମୀଙ୍କ ଚିକିତ୍ସା କରିବା ଆମର ପ୍ରଥମ କର୍ତ୍ତବ୍ୟ ଥିଲା । ତେଣୁ ଆମେ କୌଣସି ପ୍ରୋଟୋକଲ୍‌ର ଅପେକ୍ଷା ନ କରି ଯେଉଁ ବାହନ ମିଳିଲା ସେଥିରେ ଗୁରୁତରଙ୍କୁ ଲଦି ହସ୍ପିଟାଲ୍‌ ଆଣିଲୁ ।

publive-image

ପୁଲିସର କହିବାନୁସାରେ, ୩ ଜଣ କଏଦୀଙ୍କୁ ନେଇ ମୁରଦରାବାଦ୍‌ ଯାଉଥିବା ଏକ ଭ୍ୟାନ୍‌କୁ କିଛି ଅଜ୍ଞାତ ଯୁବକ ବନିୟାଠେର ଠାରେ ଅଟକାଇ ଥିଲେ । ଏହି ସମୟରେ ଡ୍ୟୁଟିରେ ଥିବା ପୁଲିସକର୍ମୀ ହରେନ୍ଦ୍ର ଏବଂ ବୃଜପାଳଙ୍କୁ ଦୁର୍ବୃତ୍ତ ଗୁଳିମାରି ତାଙ୍କ ଠାରୁ ବନ୍ଧୁକ ଏବଂ କଏଦୀମାନଙ୍କୁ ମୁକ୍ତ କରି ନେଇ ଯାଇଥିଲେ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସହିଦ୍‌ ପୁଲିସ କର୍ମୀଙ୍କ ପରିଜନଙ୍କୁ ୫୦-୫୦ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦେବାକୁ ଘୋଷଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe