ମଣିପୁରରେ ୬ ଅପହୃତଙ୍କ ମଧ୍ୟରୁ ୩ ଜଣଙ୍କ ମୃତଦେହ ଉଦ୍ଧାର

କୁକି ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ ପରେ ରିଲିଫ କ୍ୟାମ୍ପରୁ ନିଖୋଜ ଥିବା ୬ ଜଣଙ୍କ ମଧ୍ୟରୁ ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି ବୋଲି ଶନିବାର ଜାଣିବାକୁ ମିଳିଛି।  ଅଭିଯୁକ୍ତମାନେ ସେମାନଙ୍କୁ ଅପହରଣ କରି ବନ୍ଧକ ରଖିଥିବା ଅଭିଯୋଗ ହୋଇଛି।

Manipur violence

ଇମ୍ଫାଲ୍‌: କୁକି ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ ପରେ ରିଲିଫ କ୍ୟାମ୍ପରୁ ନିଖୋଜ ଥିବା ୬ ଜଣଙ୍କ ମଧ୍ୟରୁ ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି ବୋଲି ଶନିବାର ଜାଣିବାକୁ ମିଳିଛି।  ଅଭିଯୁକ୍ତମାନେ ସେମାନଙ୍କୁ ଅପହରଣ କରି ବନ୍ଧକ ରଖିଥିବା ଅଭିଯୋଗ ହୋଇଛି।

ସୂତ୍ରରୁ ପ୍ରକାଶ ଯେ ଶୁକ୍ରବାର ସନ୍ଧ୍ୟାରେ ସୁଦୂର ଜିରିମୁଖ ଗାଁର ଏକ ନଦୀ ନିକଟରେ ଜଣେ ମହିଳା ଏବଂ ଦୁଇ ଶିଶୁଙ୍କ ମୃତଦେହ ଜବତ କରାଯାଇଛି।

ନଭେମ୍ବର ୧୧ ତାରିଖରେ ବୋରୋବେକ୍ରା ଅଞ୍ଚଳର ଏକ ପୁଲିସ୍ ଷ୍ଟେସନ ଉପରେ ଏକ ଆତଙ୍କବାଦୀ ଦଳ ଆକ୍ରମଣ କରିଥିଲା। କିନ୍ତୁ ଏହି ଆକ୍ରମଣର ସୁରକ୍ଷା ବାହିନୀ ପାଲଟା ଜବାବ ଦେଇଥିଲା। ଫଳରେ ୧୧ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା। ତେବେ ଆତଙ୍କବାଦୀମାନେ ୩ ଜଣ ଶିଶୁ ଓ ୩ ଜଣ ମହିଳାଙ୍କୁ ଅପହରଣ କରି ନେଇଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ଘଟିଛି।

ନିଖୋଜ ଥିବା ୬ ଜଣଙ୍କୁ ଖୋଜିବା ପାଇଁ ଏକ ବିଶାଳ ସର୍ଚ୍ଚ ଅପରେସନ ଚାଲିଥିଲା। ତେବେ ଅନ୍ୟ ଦୁଇ ମହିଳା ଏବଂ ଗୋଟିଏ ଶିଶୁ କେଉଁଠାରେ ଅଛନ୍ତି ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।

ନିଖୋଜ ଥିବା ୬ଜଣଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ନିଖୋଜ ଲୋକଙ୍କୁ ତୁରନ୍ତ ମୁକ୍ତ କରିବାକୁ ଦାବି କରି ଗୁରୁବାର ରାତିରେ ଇମ୍ଫାଲ ଏବଂ ଜିରିବାମରେ ମହମବତୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe