ଭାରତୀୟ ବାୟୁସେନା ଆକ୍ରମଣ ପରେ ବାଲାକୋଟ୍‌ରୁ ଖାଇବର ପାଖତୁନ୍‌ଖ୍ଵାକୁ ଶବ ସ୍ଥାନାନ୍ତର ହୋଇଥିଲା

ଭାରତୀୟ ବାୟୁସେନା ଆକ୍ରମଣ ପରେ ବାଲାକୋଟ୍‌ରୁ ଖାଇବର ପାଖତୁନ୍‌ଖ୍ଵାକୁ ଶବ ସ୍ଥାନାନ୍ତର ହୋଇଥିଲା

ଓ୍ଵାସିଂଟନ୍‌: ଭାରତ ଆତଙ୍କବାଦ ନିରୋଧୀ ଆକ୍ରମଣ କରବା ପରେ ବାଲାକୋଟ୍‌ରୁ ଖାଇବର ପାଖତୁନ୍‌ଖ୍ଵା ଏବଂ ପାକିସ୍ତାନର ଆଦିବାସୀ ଅଞ୍ଚଳ ମଧ୍ୟକୁ ସ୍ଥାନାନ୍ତର ହୋଇଥିବା କଥା କେତେକ ଉର୍ଦ୍ଦୁ ଗଣମାଧ୍ୟମରେ ରିପୋର୍ଟ ହୋଇଥିବା କଥା ଗିଲଗିତସ୍ଥିତ ଜଣେ ଆମେରିକୀୟ ସାମାଜିକ କର୍ମୀ ଦାବି କରିଛନ୍ତି।

ଗିଲିଗିତ୍‌ ଠାରେ ଥିବା ଆମେରିକୀୟ ସାମାଜିକକର୍ମୀ ସେଞ୍ଜ୍‌ ହାସ୍‌ନନ୍‌ ସେରିଙ୍ଗ୍‌ ଟୁଇଟ୍‌ କରିଛନ୍ତି: ବାଲାକୋଟ୍‌ରେ ଭାରତୀୟ ବାୟୁସେନା ବିମାନ ଆକ୍ରମଣ ପରେ ୨୦୦ ରୁ ଅଧିକ ସହିଦ ହୋଇଥିବା କଥା ପାକିସ୍ତାନୀ ସାମରିକ ଅଧିକାରୀ ସ୍ୱୀକାର କରିଥିଲେ। ପାକିସ୍ତାନ ସରକାରଙ୍କୁ ଶତ୍ରୁମାନଙ୍କ ସହ ଲଢ଼େଇରେ ସମର୍ଥନ କରୁଥିବାରୁ ଆଲ୍ଲାଙ୍କ ସ୍ୱତନ୍ତ୍ର କୃପା ଲାଭ କରୁଥିବାରୁ ଆତଙ୍କବାଦୀମାନଙ୍କୁ ସେ ମୁଜାହିଦ୍‌ କହିଥିଲେ। ସେମାନଙ୍କ ପରିବାରକୁ ସହାୟତା କରିବାକୁ ମଧ୍ୟ ସେ ନିୟମ କରିଥିଲେ।

ଗଣମାଧ୍ୟମ ସହ କଥା କହିବା ବେଳେ ସେରିଙ୍ଗ୍‌ କହିଛନ୍ତି: ଏ ଭିଡିଓର ସତ୍ୟାସତ୍ୟ ସଂକ୍ରାନ୍ତରେ ମୁଁ ନିଶ୍ଚିତ ନୁହେଁ, କିନ୍ତୁ ବାଲାକୋଟ୍‌ରେ ଘଟିଥିବା କିଛି ଗୁରୁତର କଥାକୁ ପାକିସ୍ତାନ ନିଶ୍ଚୟ ଲୁଚାଉଛି। ଆନ୍ତର୍ଜାତିକ ତଥା ସ୍ଥାନୀୟ ଗଣମାଧ୍ୟମଗୁଡ଼ିକୁ ଘଟନାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଓ କ୍ଷୟକ୍ଷତି ଆକଳନ କରିବାକୁ ଅନୁମତି ମିଳି ନ ଥିଲା। ପାକିସ୍ତାନ ଦାବି କରି ଚାଲିଛି ଯେ ବିମାନ ଆକ୍ରମଣ ହୋଇଛି ଏବଂ ଏହାଦ୍ୱାରା କେତେକ ଅରଣ୍ୟାଞ୍ଚଳ ଓ ଚାଷଜମି କ୍ଷତିଗ୍ରସ୍ତ ହୋଇଛି।

କଥା ଯଦି ଏମିତି ସେ ଅଞ୍ଚଳକୁ ଦୀର୍ଘ ସମୟ ଲାଗି ପାକିସ୍ତାନ କର୍ଡନ କରିବାର କୌଣସି କାରଣ ନ ଥିଲା। ସେଠାକାର ପରିସ୍ଥିତି ସଂକ୍ରାନ୍ତରେ ସ୍ୱାଧୀନ ମତପୋଷଣ କରିବାକୁ ଆନ୍ତର୍ଜାତିକ ଗଣମାଧ୍ୟମକୁ ଅନୁମତି ନ ଦେବାର ବି କୌଣସି କାରଣ ନ ଥିଲା।

ପୁଣି ଜୈଶ୍‌-ଏ-ମହମ୍ମଦ ଦାବି କରୁଛି ଯେ ସେଠାରେ ତାହାର ମାଦ୍ରାସା ଥିଲା।

ସେ ଆହୁରି କହିଛନ୍ତି ଯେ ଏଥିରୁ ଯଥେଷ୍ଟ ଅନୁମାନ କରିହେଉଛି ଯେ ଭାରତୀୟ ବାୟୁସେନା କରିଥିବା ବାଲାକୋଟ୍‌ ଆକ୍ରମଣ ସଫଳ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe