କୋଲ୍କାତା: ଆଜି ସକାଳେ କୋଲ୍କାତାର ଇଡେନ୍ ଗାର୍ଡେନ୍ସ୍ ଷ୍ଟାଡିୟମ୍ର ‘କେ’ ବ୍ଲକ୍ରୁ ଓଡ଼ିଶାର ଭଦ୍ରକ ଅଞ୍ଚଳର ଜଣେ ଯୁବକଙ୍କ ଶବ ଉଦ୍ଧାର କରାଯାଇଛି।
ମୃତ ଯୁବକ ହେଉଛନ୍ତି, ଏହି ପ୍ରଖ୍ୟାତ ଷ୍ଟାଡିୟମ୍ର ‘ଗ୍ରାଉଣ୍ଡ୍ ଷ୍ଟାଫ୍’ କର୍ମଚାରୀ ବା ମାଳୀ ଗଣେଶ ଚନ୍ଦ୍ର ବାରିକଙ୍କ ୨୧ ବର୍ଷିୟ ପୁଅ ଧନଞ୍ଜୟ ବାରିକ। ଆଜି ସକାଳ ୮ଟା ବେଳେ ତାଙ୍କ ଫାଶୀ ଲଗା ଶବ ଦେଖିବା ପରେ ଘଟଣା ସଂକ୍ରାନ୍ତରେ କୋଲ୍କାତା ପୁଲିସକୁ ରିପୋର୍ଟ କରାଯାଇଥିଲା।
Image Courtesy of Aaj Tak Banglaଧନଞ୍ଜୟ ବାପା ଓ ଦାଦିଙ୍କ ସହିତ କୋଲ୍କାତାରେ ରହୁଥିଲେ। ସେ ତାଙ୍କ ବାପା ଓ ଦାଦିଙ୍କ ପରି ମାଳୀ କାମ କରିବା ଲାଗି କିଛି ଦିନ ହେବ ଇଡେନ୍ ଗାର୍ଡେନସ୍କୁ ଆସୁଥିଲେ। ମନେ ହେଉଛି କାମ ନ ପାଇବା ହତାଶାରେ ସେ ଜୀବନ ହରାଇଛନ୍ତି।
ସୂଚନା ପାଇବା ପରେ ମୈଦାନ ଥାନା ପୁଲିସର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ‘ଏସ୍ଏସ୍କେଏମ୍’ ହସ୍ପିଟାଲ୍କୁ ପଠାଇଛି। ଆଜି ଧନଞ୍ଜୟଙ୍କର ଶବ ବ୍ୟବଚ୍ଛେଦ କରାଯିବ।
ମୈଦାନ ଥାନାରେ ଅସ୍ବାଭାବିକ ମୃତ୍ୟୁ ମାମଲା ରୁଜୁ କରି ପୁଲି ଘଟଣାର ତଦନ୍ତ ଆରମ୍ଭ କରିଛି। କେଉଁଥିପାଇଁ ସେ ‘କେ’ ବ୍ଲକ୍କୁ ଯାଇଥିଲେ ଏବଂ ତାଙ୍କ ସାଥିରେ ଅନ୍ୟ କେହି ଯାଇଥିଲେ କି, ନାହିଁ ଜାଣିବା ଲାଗି ପୁଲିସ ‘ସିସିଟିଭି’ ଫୁଟେଜ୍ ମଧ୍ୟ ଯାଞ୍ଚ କରୁଛି।
Follow Us