ସିରାମିକ୍‌ କାରଖାନାରେ ବିସ୍ଫୋରଣ: ଆଜି ୧୪ ଭାରତୀୟଙ୍କ ମୃତଦେହ ସ୍ୱଦେଶରେ ପହଞ୍ଚିବ

Advertisment
ସିରାମିକ୍‌ କାରଖାନାରେ ବିସ୍ଫୋରଣ: ଆଜି ୧୪ ଭାରତୀୟଙ୍କ ମୃତଦେହ ସ୍ୱଦେଶରେ ପହଞ୍ଚିବ

ଖାର୍ତୁମ୍‌ (ସୁଦାନ୍‌): ସୁଦାନ୍‌ର ରାଜଧାନୀ ଖାର୍ତୁମ୍‌ରେ ଏକ ସେରାମିକ୍‌ କାରଖାନାରେ ଏଲ୍‌ପିଜି ଟ୍ୟାଙ୍କର ବିସ୍ଫୋରଣ ଯୋଗୁଁ ୨୩ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ୧୩୦ରୁ ଅଧିକ ଲୋକ ଆହତ ହୋଇଥିଲେ। ମୃତକଙ୍କ ମଧ୍ୟରେ ୧୪ ଜଣ ଭାରତୀୟ ଥିବା ଜଣାପଡ଼ିଥିଲା। ଏହି ବିସ୍ଫୋରଣରେ ପ୍ରାଣ ହରାଇଥିବା ୧୪ଜଣ ଭାରତୀୟଙ୍କ ମୃତଦେହ ଆଜି (ମଙ୍ଗଳବାର) ଦିଲ୍ଲୀରେ ପହଞ୍ଚିବ।

publive-image Firstpost

ସୁଦାନ୍‌ରେ ଥିବା ଭାରତୀୟ ଦୂତାବାସର ଅଧିକାରୀ ଗତସୋମବାର ନିଜର ଟୁଇଟର ଆକାଉଣ୍ଟରେ ସୂଚନା ଦେଇ ଲେଖିଥିଲେ, ଖାର୍ତୁମ୍‌ ସିରାମିକ୍‌ କାରଖାନାରେ ମୃତ୍ୟ ହୋଇଥିବା ୧୪ ଭାରତୀୟଙ୍କ ମୃତଦେହ ଚିହ୍ନଟ କରାଯିବା ସହିତ ସମସ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପରେ ମୃତଦେହଗୁଡ଼ିକୁ ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାର ଦିଲ୍ଲୀ ପଠାଯିବ।

ଦୂତାବାସ ପକ୍ଷରୁ ମୃତ ୧୪ ଭାରତୀୟଙ୍କ ନାମ ତାଲିକା ବି ଜାରି କରାଯାଇଛି, ଯେଉଁମାନଙ୍କ ଏହି ବିସ୍ଫୋରଣରେ ମୃତ୍ୟୁ ହୋଇଥିଲା। ଏଥିସହିତ ଏହାବି କୁହାଯାଇଛି କି, ବସ୍ଫୋରଣ ଅତି ଭୟଙ୍କର ଥିବାରୁ ଅନେକ ଶବ ଖଣ୍ଡ ବିଖଣ୍ଡିତ ହୋଇଯାଇଛି। ତେଣୁ ଶବକୁ ଚିହ୍ନଟ କରିବା ସମ୍ଭବ ହେଉନାହିଁ। ଯେଉଁ ଲୋକମାନଙ୍କ ପରିଚୟ ଏଯାବତ ମିଳି ନାହିଁ ସେମାନଙ୍କ ଡିଏନ୍‌ଏ ସ୍ୟାମ୍ପଲ ନେଇ ପରିଚୟ ଜାଣିବାକୁ ଚେଷ୍ଟା ଜାରି ରହିଛି।

publive-image The Hindu

ଭାରତୀୟ ମୃତକଙ୍କ ମଧ୍ୟରେ ଅଛନ୍ତି.... 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe