ହମାସ୍ ଅପହରଣ କରିଥିବା ଇସ୍ରାଏଲ୍ ସେନାର ମହିଳା ଯବାନଙ୍କ ମୃତଦେହ ଗାଜାରୁ ମିଳିଲା

Advertisment
ହମାସ୍ ଅପହରଣ କରିଥିବା ଇସ୍ରାଏଲ୍ ସେନାର ମହିଳା ଯବାନଙ୍କ ମୃତଦେହ ଗାଜାରୁ ମିଳିଲା

ନୂଆଦିଲ୍ଲୀ:  ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ)ରେ କାର୍ଯ୍ୟ କରୁଥିବା ଜଣେ ସ୍ବଳ୍ପବୟସୀ ମହିଳା ଯବାନଙ୍କୁ ହତ୍ୟା କରାଯାଇଛି। ତାଙ୍କୁ ଅକ୍ଟୋବର ୭ ତାରିଖ ଦିଗ ପାଲେଷ୍ଟାନୀୟ ଆତଙ୍କବାଦୀ ଗୋଷ୍ଠୀ ହମାସ୍ ଅପହରଣ କରିନେଇଥିଲା। ଏବେ ତାଙ୍କର ମୃତଦେହ ଇସ୍ରାଏଲ୍ ସେନା ଉଦ୍ଧାର କରିଛି। ଗାଜା ଷ୍ଟ୍ରିପ୍‌ରୁ କମ୍ବ୍ୟାଟ୍‌ ଇଣ୍ଟେଲିଜେନ୍‌ସ କଲେକ୍ସନ କର୍ପସ ୪୧୪ତମ ୟୁନିଟରେ କର୍ପୋରାଲ ଭାବେ କାର୍ଯ୍ୟରତ ନୋଆ ମାର୍ସିଆନୋଙ୍କ ମୃତଦେହ ଗାଜାର ଅଲ୍ ଶିଫା ହସପିଟାଲ୍ ନିକଟରୁ ଉଦ୍ଧାର କରାଯାଇଛି। ସପ୍ତମ ଆର୍ମର୍ଡ ବ୍ରିଗେଡର ୬୦୩ତମ ବାଟାଲିୟନର ଯବାନମାନେ ଅଲ୍-ଶିଫା ହସ୍ପିଟାଲ ନିକଟରେ ଥିବା ଏକ କୋଠାରୁ ମାର୍ସିଆନୋଙ୍କ ମୃତଦେହ ପାଇଥିବା ସୂଚନା ଦେଇଛନ୍ତି।

ସିନ୍‌ ବେଟ୍‌ ସୁରକ୍ଷା ଏଜେନ୍‌ସି ପକ୍ଷରୁ ଦିଆଯାଇଥିବା ଗୁଇନ୍ଦା ସୂଚନା ପରେ ଯବାନମାନେ ତାଙ୍କ ମୃତଦେହ ଉଦ୍ଧାର କରିଥିଲେ। ଏହାପରେ ତାଙ୍କ ମୃତଦେହକୁ ଚିହ୍ନଟ ପାଇଁ ଇସ୍ରାଏଲ ଅଣା ଯାଇଥିଲା ବୋଲି ଆଇଡିଏଫ୍ କହିଛି।

ଡାକ୍ତରଖାନା ପରିସରରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ) ଆତଙ୍କବାଦୀଙ୍କ ଭିତ୍ତିଭୂମି ଖୋଜିବା ଜାରି ରଖିଥିବା ବେଳେ ବନ୍ଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଅକ୍ଟୋବର ୭ରେ ଦକ୍ଷିଣ ଇସ୍ରାଏଲ ଉପରେ ଆକ୍ରମଣ ସମୟରେ ମାର୍ସିଆନୋ (୧୯) ନାହାଲ ଓଜ୍‌ ଆଇଡିଏଫ ବେସ୍‌ରେ କାର୍ଯ୍ୟ କରୁଥିବା ବେଳେ ଏହାକୁ ହମାସ୍‌ ଆତଙ୍କବାଦୀମାନେ ଦଖଲ କରିଥିଲେ।

‘ଟାଇମ୍‌ସ ଅଫ୍‌ ଇସ୍ରାଏଲ’ ରିପୋର୍ଟ ଅନୁଯାୟୀ, ସେ ମୋଦିନରେ ରହୁଥିଲେ ଏବଂ ତିନି ଭାଇଭଉଣୀଙ୍କ ମଧ୍ୟରୁ ସବୁଠାରୁ ବଡ଼ ଥିଲେ। ସୋମବାର ସନ୍ଧ୍ୟାରେ ହମାସ ମାର୍ସିଆନୋଙ୍କ ଏକ ପ୍ରଚାର ଭିଡିଓ ସେୟାର କରିଥିଲେ, ଯେଉଁଥିରେ ସେ ବନ୍ଧକ ହେବାର ୪ ଦିନ ପରେ କ୍ୟାମେରା ଆଗରେ ନିଜର ପରିଚୟ ଦେବା ସହ ତାଙ୍କ ପିତାମାତା ଏବଂ ତାଙ୍କ ସହରର ନାମ କହୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହାପରେ ଭିଡିଓରେ ତାଙ୍କ ମୃତଦେହ ଦେଖିବାକୁ ମିଳିଥିଲା ବୋଲି ‘ଟାଇମ୍‌ସ ଅଫ୍‌ ଇସ୍ରାଏଲ’ ରିପୋର୍ଟରୁ ଜଣାପଡ଼ିଛି।

ଇସ୍ରାଏଲ ସେନା କହିଛି ଯେ ଗାଜାର ଅଲ-ଶିଫା ହସ୍ପିଟାଲ ନିକଟରେ ସୈନିକମାନେ ଜଣେ ଇସ୍ରାଏଲର ଅନ୍ୟ ଜଣେ ବନ୍ଧକଙ୍କ ମୃତଦେହ ମଧ୍ୟ ଉଦ୍ଧାର କରିଛନ୍ତି। ଅକ୍ଟୋବର ୭ ତାରିଖରେ ୟେହୁଦିତ ୱେସ୍‌ଙ୍କୁ ବେଏରିର କିବୁଟ୍‌ଜରୁ ଅପହରଣ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe