ଦିଲ୍ଲୀରେ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର

ଦିଲ୍ଲୀରେ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର

Image Courtesy of The Indian Express

ନୂଆଦିଲ୍ଲୀ : ଦକ୍ଷିଣପୂର୍ବ ଦିଲ୍ଲୀର ସରାଇ କାଲେ ଖାନ୍‌ଠାରେ ଥିବା ଏକ ରାପିଡ୍ ମେଟ୍ରୋ ନିର୍ମାଣ ସ୍ଥଳ ନିକଟରୁ ଜଣେ ମହିଳାଙ୍କ ବିଖଣ୍ଡିତ ଓ ଗଳିତ ମୃତଦେହ ସହ ଗୋଛାଏ କେଶ ଶନିବାର ଜବତ କରାଯାଇଛି। ରାପିଡ୍ ମେଟ୍ରୋର ଫ୍ଲାଇଓଭର ନିକଟରେ ଉକ୍ତ ଶବ ପଡ଼ିଥିବା ଖବର ପାଇ ପୁଲିସ ତାକୁ ଜବତ କରି ଅନୁସନ୍ଧାନ ଆରମ୍ଭ କରିଛି। ଫରେନ୍ସିକ୍ ଦଳ ଘଟଣା ସ୍ଥଳ ପରିଦର୍ଶନ କରିଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଏମ୍ସ ଟ୍ରମା ସେଣ୍ଟରକୁ ପଠାଯାଇଛି। ମୃତ ମହିଳାଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନାହିଁ। ପୁଲିସ ଘଟଣାସ୍ଥଳର ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe