ବେଙ୍ଗାଲୁରୁ: ୟୁକ୍ରେନ୍ରେ ନିହତ ଭାରତୀୟ ଛାତ୍ର ନବୀନ ଶେଖରପ୍ପା ଜ୍ଞାନଗୌଡ଼ାଙ୍କ ଶବ ଅଣାଯିବାରେ ହେଉଥିବା ବିଳମ୍ବ ସଂକ୍ରାନ୍ତରେ ବିବାଦୀୟ ମନ୍ତବ୍ୟ ଦେଇ ‘ବିଜେପି’ ବିଧାୟକ ଅରବିନ୍ଦ ବେଲ୍ଲାଡ଼ ତୀବ୍ର ସମାଲୋଚନାର ସରବ୍ୟ ହୋଇଛନ୍ତି।
ବିମାନରେ ଶବ ଆଣିବାକୁ ଯେତିକି ଜାଗା ଆବଶ୍ୟକ ସେତିକି ଜାଗାରେ ୧୦ଜଣ ବସି ପାରିବେ ବୋଲି ସେ କହିଥିଲେ। ତାଙ୍କ ଭାଷାରେ, ଲୋକମାନଙ୍କୁ ଆଣିବା ତ କଷ୍ଟକର। ଶବ ଆଣିବା ତା’ଠାରୁ କଷ୍ଟକର। ସେହି ବିମାନରେ ଶବାଧାର ଆଣିବା ଲାଗି ଯେତିକି ଜାଗା ଲାଗିବ ସେତିକି ଜାଗାରେ ୮/୧୦ଜଣ ଲୋକ ଧରିବେ। ଏଭଳି ଅସୁବିଧା ଥିବାରୁ ଶବ ଅଣାଯିବାରେ ବିଳମ୍ବ ଘଟୁଛି।
Image Courtesy of India Todayଜନ୍ମ ନଗରୀ ହାବେରିକୁ ନବୀନଙ୍କ ଶବ ଫେରାଇ ଅଣାଯିବାର ଅନିଶ୍ଚିତତା ସଂକ୍ରାନ୍ତରେ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେବା ବେଳେ ସେ ଉପରୋକ୍ତ ଜବାବ ଦେଇଛନ୍ତି।
Image Courtesy of Asianet Newsableସେ ଆହୁରି ମଧ୍ୟ କହିଛନ୍ତି, ନବୀନଙ୍କ ମରଶରୀର ଆଣିବାକୁ ସରକାର ଯଥେଷ୍ଟ ଉଦ୍ୟମ ଚଳାଇଛନ୍ତି। ୟୁକ୍ରେନ୍ ‘ୱାର୍ ଜୋନ୍’ ବୋଲି ସମସ୍ତେ ଜାଣିଛନ୍ତି। ଉଦ୍ୟମ ଚାଲିଛି, ଯଦି ସମ୍ଭବ ହୁଏ ଶବ ଫେରାଇ ଅଣାଯିବ।
ସୂଚନାଯୋଗ୍ୟ, ଭାରତରୁ ଯାଇ ୟୁକ୍ରେନ୍ରେ ଡାକ୍ତରୀ ପଢୁଥିବା ଛାତ୍ର ନବୀନ ଶେଖରପ୍ପା ଜ୍ଞାନଗୌଡ଼ା ଯୁଦ୍ଧ ସମୟରେ ଖାର୍କିଭ୍ ସହରର ବଙ୍କର୍ ଭିତରୁ ବାହାରକୁ ଯାଇ ପ୍ରାଣ ହରାଇଥିଲେ।
ନବୀନଙ୍କୁ ଜାଣିଥିବା ଶ୍ରୀକାନ୍ତ ବୋଲି ଜଣେ ଛାତ୍ର କହିଛନ୍ତି, କିଛି ସାମଗ୍ରୀ ଖରିଦ କରିବା ପାଇଁ ନବୀନ ବଙ୍କର୍ ବାହାରକୁ ଯାଇଥିଲେ। ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ଥିଲା। ସକାଳ ୬ଟା ପରେ ସେ ସାମଗ୍ରୀ ଖରିଦ ପାଇଁ ବାହାରକୁ ଯାଇଥିଲା। ସେତେବେଳେ ଆମେ ଶୋଇଥିଲୁ। ବାହାରକୁ ଯିବା ପୂର୍ବରୁ ସେ ଆମକୁ କିଛି ଜଣାଇ ନ ଥିଲା।
Follow Us