ବୋଇଂଠାରୁ ଭାରତୀୟ ନୌସେନା କିଣିବ ଏଫ୍‌ଏ-୧୮ ଫାଇଟର ଜେଟ୍‌

Advertisment
ବୋଇଂଠାରୁ ଭାରତୀୟ ନୌସେନା କିଣିବ ଏଫ୍‌ଏ-୧୮ ଫାଇଟର ଜେଟ୍‌

Sputnik International

ନୂଆଦିଲ୍ଲୀ: ଯୁଦ୍ଧବିମାନ ନିର୍ମାଣକାରୀ କମ୍ପାନି ବୋଇଂ ଭାରତୀୟ ନୌସେନାକୁ ଯୁଦ୍ଧବିମାନ ବିକ୍ରୟ କରିବା ପାଇଁ କଥାବାର୍ତ୍ତା ଆରମ୍ଭ କରିଛି। ଭାରତୀୟ ନୌସେନା ପକ୍ଷରୁ ଯୁଦ୍ଧ ଜାହାଜ ପାଇଁ ୫୭ଟି ଜେଟ୍‌ କିଣିବା ପାଇଁ ପ୍ରସ୍ତାବ ଦେବାପରେ ବୋଇଂ କମ୍ପାନି ପକ୍ଷରୁ ଏହି ଉଦ୍ୟମ ଆରମ୍ଭ ହୋଇଛି ବୋଲି ସିଙ୍ଗାପୁରଠାରେ ଆୟୋଜିତ ଏୟାର ସୋ’ରେ ବୋଇଂ କମ୍ପାନିର ଉପ-ସଭାପତି କୁନିଙ୍ଗ୍‌ହାମ୍‌ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ବୋଇଂ କମ୍ପାନି ଏଫ୍‌ଏ-୧୮ ହରନେଟ୍‌ ଫାଇଟର ଜେଟ୍‌ ଭାରତୀୟ ନୌସେନାକୁ ବିକ୍ରୟ କରିବା ପାଇଁ ଆଗ୍ରହ ପ୍ରକଟ କରିଛି। ପୂର୍ବରୁ ଭାରତୀୟ ବାୟୁସେନାକୁ ଏହି କମ୍ପାନି ୧୦୦ଟି ବୋଇଂ ଏବଂ ସାବ୍‌ ଏବି ଏୟାରକ୍ରାଫ୍ଟ ବିକ୍ରୟ କରିବା ପାଇଁ ଚୁକ୍ତି ସ୍ୱାକ୍ଷରିତ କରିଛି।

ତେବେ, ଭାରତୀୟ ନୌସେନା ବୋଇଂ କମ୍ପାନି ଠାରୁ ଯେଉଁ ଏଫ୍‌ଏ-୧୮ ହରନେଟ୍‌ ଫାଇଟର ଜେଟ୍‌ କିଣିବାକୁ ଚାହୁଁଛି ତାହାର ବୈଷୟିକ ପରୀକ୍ଷା ଆହୁରି ଅନେକ ସ୍ତର ଦେଇ କରାଯିବା ପାଇଁ ବାକି ରହିଛି ବୋଲି ଜହିଛନ୍ତି, ବୋଇଂ କମ୍ପାନିର ଉପ-ସଭାପତି କୁନିଙ୍ଗ୍‌ହାମ୍‌। ଏଥିସହ ଅତ୍ୟାଧୁନିକ କେସି- ୪୬ ଟ୍ୟାଙ୍କର ମଧ୍ୟ ଭାରତକୁ ବିକ୍ରୟ କରିବା ପାଇଁ କମ୍ପାନି ପକ୍ଷରୁ କଥାବାର୍ତ୍ତା ଆରମ୍ଭ ହୋଇଛି ବୋଲି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe