କହ୍ନେୟା କୁମାରଙ୍କୁ ମାଙ୍କଡ କହିଥିବା ଗିରଫ ବିଧାୟକଙ୍କୁ ମିଳିଲା ଜାମିନ

Advertisment
କହ୍ନେୟା କୁମାରଙ୍କୁ ମାଙ୍କଡ କହିଥିବା ଗିରଫ ବିଧାୟକଙ୍କୁ ମିଳିଲା ଜାମିନ

photo-news 18

ପାଟନା: କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ସିପିଆଇ) ନେତା ତଥା ଜେଏନୟୁ ଛାତ୍ର ସଂଗଠନର ପୂର୍ବତନ ସଭାପତି କହ୍ନେୟା କୁମାରଙ୍କୁ ମାଙ୍କଡ କହିଥିବା ଓ ଟଙ୍କା ବଣ୍ଟନ ଅଭିଯୋଗରେ ଗିରଫ ହୋଇଥିବା ଜେଡିୟୁ ବିଧାୟକ ଶେଷରେ ଜାମିନରେ ମୁକୁଳିଛନ୍ତି | ମିଳିଥିବା ସୂଚନା ମୁତାବକ କିଛି ଦିନ ତଳେ ଜେଡିୟୁର ବିଧାୟକ ପ୍ରାର୍ଥୀ ତଥା ମାଟିହାନିର ବିଧାୟକ ଥିବା ନରେନ୍ଦ୍ର ପ୍ରସାଦ ସିଂ ଓରଫ ବୋଗୋ ସିଂ ସିପିଆଇ ନେତା କହ୍ନେୟା କୁମାରଙ୍କୁ ମାଙ୍କଡ ବୋଲି କହିଥିଲେ | ଆଉ ଗତକାଲି ରାତିରେ ସେ ଟଙ୍କା ବଣ୍ଟନ କରୁଥିବା ନେଇ ଅଭିଯୋଗ ଆସିଥିଲା | ଆଉ ଏହି ଚର୍ଚ୍ଚା ପରେ ତାଙ୍କୁ ପୁଲିସ ଗିରଫ କରିଥିଲା |

ଥାନାରେ ୪ ଘଣ୍ଟା ରହିବା ପରେ ଶେଷରେ ତାଙ୍କୁ ଜାମିନ ମିଳିଛି | ତେବେ ଜାମିନ ପାଇବା ପରେ ବୋଗୋ ସିଂ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ ଗତକାଲି ରାତିରେ ସେ ଜାଣିବାକୁ ପାଇଥିଲେ ଯେ ମାଟିହାନି ବିଧାନସଭା ନିର୍ବାଚନମଣ୍ଡଳୀର ଅନେକ ଗ୍ରାମରେ ଏଲଜେପି ପ୍ରାର୍ଥୀ ତାଙ୍କ ସମର୍ଥକଙ୍କୁ ଦୁର୍ବ୍ୟବହାର କରୁଛନ୍ତି | ଏହି ସୂଚନା ପାଇବା ପରେ ସେ ବିଭିନ୍ନ ସ୍ଥାନକୁ ଯାଇଥିଲେ ଏବଂ ଯେତେବେଳେ ସେ ତାଙ୍କ ଘରକୁ ଫେରୁଥିଲେ ସେତେବେଳେ ଜିଲ୍ଲା ପ୍ରଶାସନ ବାଦଲାପୁରା ଡ୍ୟାମ ନିକଟରେ ଅଟକାଇଥିଲା। ବୋଗୋ ସିଂ କହିଛନ୍ତି ଯେ ତାଙ୍କର ତିନୋଟି ଗାଡି ଥିଲା, ତେଣୁ ଆଚରଣ ବିଧି ଉଲ୍ଲଂଘନ ମାମଲାରେ ପୁଲିସ ଗିରଫ କରିଥିଲା।

publive-image photo-aajtak

ବୋଗୋ ସିଂ କହିଛନ୍ତି ଯେ ସେ ଆଇନକୁ ସମ୍ମାନ କରନ୍ତି, ତେଣୁ ସେ ପ୍ରଶାସନ ସହ ସହଯୋଗ କରିବାକୁ ପୁଲିସ ଷ୍ଟେସନକୁ ଆସିଥିଲେ ଏବଂ ବର୍ତ୍ତମାନ ଆଇନଗତ ପ୍ରକ୍ରିୟାରେ ଜାମିନ ପାଇଛନ୍ତି। ଏ ସମ୍ପର୍କରେ ଏସପି ଅବକାଶ କୁମାର କହିଛନ୍ତି ଯେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଥିବାରୁ ତାଙ୍କୁ ଗିରଫ କରାଯାଇଥିଲା । ତାଙ୍କ ବିରୋଧରେ ଧାରା ୧୮୮ ଅନୁଯାୟୀ ପୋଲିସ ଏକ ମାମଲା ରୁଜୁ କରିଛି ବୋଲି ଏସପି କହିଛନ୍ତି। ତେବେ ଟଙ୍କା ବଣ୍ଟନ ଚର୍ଚ୍ଚାକୁ ନେଇ ପୁଲିସ କିଛି କହିନାହିଁ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe