ରାୟବରେଲି: ଏନ୍‌ଟିପିସିରେ ବଏଲର ବିସ୍ଫୋରଣରେ ୧୦ ମୃତ, ୧୦୦ରୁ ଉର୍ଧ୍ୱ ଗୁରୁତର

ରାୟବରେଲି: ଏନ୍‌ଟିପିସିରେ ବଏଲର ବିସ୍ଫୋରଣରେ ୧୦ ମୃତ, ୧୦୦ରୁ ଉର୍ଧ୍ୱ ଗୁରୁତର

ରାୟବରେଲି: ଉତ୍ତରପ୍ରଦେଶ ରାୟବରେଲିରେ ବୁଧବାର ଅପରାହ୍ନରେ ଏକ ବଡ ଧରଣର ଅଘଟଣ ଘଟିଛି। ରାୟବରେଲିର ଉଞ୍ଚାହାରରେ ଏନ୍‌ଟିପିସିରେ ବଏଲର ବିସ୍ଫୋରଣ ଘଟି ପାଖାପାଖି ୧୦ଜଣଙ୍କ ମୃତ୍ୟୁ ହୋଇଛି। ପାଖାପାଖି ୧୦୦ରୁ ଊର୍ଧ୍ୱ ଲୋକ ଗୁରୁତର ହୋଇଥିବା ସୂଚନା ମିଳିଛି। ସମସ୍ତଙ୍କୁ ଜିଲ୍ଲା ହସ୍‌ପିଟାଲ ସିଏଚସିରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିବା ସହିତ ଯଥା ସମ୍ଭବ ଗୁରୁତରଙ୍କୁ ଡାକ୍ତରି ଚିକିତ୍ସା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ମୃତ ସଂଖ୍ୟା ଆହୁରି ବଢ଼ି ପାରେ ବୋଲି ସମ୍ଭାବନା ରହିଛି।

publive-image

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe