ଏକାଠି ଆଖିବୁଜିଲେ ୪ଜଣ ସାଙ୍ଗ

ସାଙ୍ଗ ହୋଇ ବୋଲେରୋରେ ଯାଉଥିବା ବେ‌ଳେ ଦୁର୍ଘଟଣାର ଶିକାର ହେଲେ ୪ଜଣ ସାଙ୍ଗ। ଗଛରେ ପିଟି ହେବାରୁ ଘଟଣାସ୍ଥଳରେ ଉଡ଼ିଗଲା ୪ଜଣଙ୍କ ପ୍ରାଣବାୟୁ। ଦୁଃଖରେ ଭାଙ୍ଗିପଡ଼ିଛନ୍ତି ମୃତକଙ୍କ ପରିବାର ସଦସ୍ୟ।

y656ewrre

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଗୋଣ୍ଡାରୁ ଏକ ଦୁୂଃଖଦ ଘଟଣା ସାମ୍ନାକୁ ଆସିଛି। ବୋଲେରୋରେ ଯାତ୍ରା କରୁଥିବା ୪ଜଣ ଯୁବକ ସଡ଼କ ଦୁର୍ଘଟଣାରରେ ପ୍ରାଣ ହରାଇ ଦେଇଛନ୍ତି।  ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପୁଲିସ  ଘଟଣାସ୍ଥଳ‌ରେ ପହଞ୍ଚି ଚାରିଜଣ ଯୁବକଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛନ୍ତି।

ସୂଚନାଯୋଗ୍ୟ, ଗତଗୁରୁବାର ରାତିରେ ହଟିୟାଥୋକ ଥାନା ଅଞ୍ଚଳରେ ରହୁଥିବା ଚାରିଜଣ ସାଙ୍ଗ ଧର୍ମ ସିଂହ, ଅଭିଷେକ ସାହୁ, ଦୀପୁ ମିଶ୍ରା ଓ ରାମ ବଚନ ପାଣ୍ଡେ ଖରଗୁପୁର ପଥରେ ବୋଲେରୋରେ ଯାତ୍ରା କରୁଥିଲେ। ଏହି ସମୟରେ ବୋଲେରୋଟି ଦ୍ରୁତଗତିରେ ଥିବା ବେଳେ ଚାଳକ ଭାରସାମ୍ୟ ହରାଇ ଦେଇଥିଲେ। ଫଳରେ ଗାଡ଼ିଟି ଯାଇ ଏକ ଗଛରେ ପିଟି ହୋଇ ଓଲଟି ପଡ଼ିଥିଲା।

ଏହି ଦୁର୍ଘଟଣାରେ ବୋଲେରୋଟି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିବା ବେଳେ ଏଥିରେ ବସିଥିବା ଚାରିଜଣ ସାଙ୍ଗଙ୍କ ଘଟଣାସ୍ଥଳରେ ମୃତ୍ୟୁ  ହୋଇଯାଇଥିଲା। ଦୁର୍ଘଟଣା ସମ୍ପର୍କରେ ସ୍ଥାନୀୟଲୋକ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ୪ଜଣ ସ‌ାଙ୍ଗଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା। ଏଥିସହିତ ମୃତକଙ୍କ ପରିବାରଲୋକଙ୍କୁ ଏହି ଦୁଃଖଦ ଘଟଣା ବିଷୟରେ ଖବର ଦେଇଥିଲା ପୁଲିସ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe