ସାମ୍ବାଦିକଙ୍କ ଏହି ପ୍ରଶ୍ନର ଉତ୍ତରରେ ଅନୁପମ ଖେର୍ କହିଲେ ‘ଭାରତମାତାକୀ ଜୟ’

Advertisment
ସାମ୍ବାଦିକଙ୍କ ଏହି ପ୍ରଶ୍ନର ଉତ୍ତରରେ ଅନୁପମ ଖେର୍ କହିଲେ ‘ଭାରତମାତାକୀ ଜୟ’

ଚଣ୍ଡୀଗଡ଼: ପଞ୍ଜାବର ଚଣ୍ଡୀଗଡ଼ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବା ବିଜେପିର କିରଣ ଖେର୍ ଏକ ରୋଡ଼ ସୋ’ରେ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ। ଏହି ରୋଡ଼ ସୋ’ରେ ପ୍ରଖ୍ୟାତ ଅଭିନେତ୍ରୀ ତଥା ଲୋକସଭା ସଦସ୍ୟ କିରଣ ଖେରଙ୍କ ସହିତ ତାଙ୍କ ସ୍ୱାମୀ ଜଣାଶୁଣା ଅଭିନେତା ଅନୁପମ ଖେର ବି ଥିଲେ।

ଏହି ଅବସରରେ ଅନୁପମ ଖେରଙ୍କୁ ଜଣେ ସାମ୍ବାଦିକ ଏକ ପ୍ରଶ୍ନ କରିଥିଲେ। ତାହା ହେଲା କିରଣ ଖେର୍‌ କାହିଁକି ଅଧିକ ସମୟ ଅଭିନେତ୍ରୀ ଭାବେ କାର୍ଯ୍ୟ କରିଛନ୍ତି, ସାଂସଦ ଭାବେ ନୁହେଁ ? ଏହାର ଉତ୍ତର ନ ଦେଇ ଅନୁପମ ଖେର ନିଜ ଗାଲରେ ହାତ ଦେଇ ‘ଭାରତମାତାକୀ ଜୟ’ ବୋଲି କହି ପ୍ରଶ୍ନକୁ ଏଡ଼ାଇ ଦେଇଥିଲେ। ଏହାପରେ ଅନୁପମ୍‌ ଖେର୍ ନିଜ ପାଖରେ ଠିଆ ହୋଇଥିବା ଜଣେ ଲୋକର ବେକରୁ ଗାମୁଛା ଆଣି ଉକ୍ତ ସାମ୍ବାଦିକଙ୍କ ବେକରେ ପକାଇ ଦେଇଥିଲେ।

publive-image photo-jansatta

ଏହି ରୋଡ଼ ସୋ’ରେ ଅନୁପମ୍‌ ଖେର୍‌ ବିରୋଧୀମାନଙ୍କ ଉପରେ ବର୍ଷି କହିଥିଲେ ଯେ ସେମାନଙ୍କର କେବଳ ଗୋଟିଏ କଥା ମୋଦୀ ହଟାଓ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶ ଆଗକୁ ବଢୁଛି , ଏକଥା ବିରୋଧୀମାନେ ବୁଝିବାକୁ ପ୍ରସ୍ତୁତ ନୁହଁନ୍ତି ବୋଲି ଅନୁପମ୍‌ ଖେର କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe