ବଲିଉଡର ସୁପରଷ୍ଟାର ଅଭିନେତ୍ରୀ ଶ୍ରୀଦେବୀଙ୍କ ଦେହାନ୍ତ

Advertisment
ସାମ୍ନାକୁ ଆସିଲା ଶ୍ରୀଦେବୀଙ୍କ ମୃତ୍ୟୁର ପ୍ରକୃତ କାରଣ !

ମୁମ୍ବାଇ : ଶନିବାର ବିଳମ୍ବିତ ରାତିରେ ବଲିଉଡର ପ୍ରଖ୍ୟାତ ଅଭିନେତ୍ରୀ ଶ୍ରୀଦେବୀ ଏକ ବିବାହ ଭୋଜିରେ ଯୋଗଦେବାକୁ ଯାଇଥିବା ବେଳେ ତାଙ୍କର ହୃଦ୍‌ଘାତରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା। ଶ୍ରୀଦେବୀ ଥିଲେ ବଲିଉଡର ପ୍ରଥମ ସୁପରଷ୍ଟାର ଅଭିନେତ୍ରୀ। ଶତାଧିକ ଫିଲ୍ମରେ ସେ ଅଭିନୟ କରି ନିଜର ଅଭିନୟର ଚାତୁରୀରେ ଦର୍ଶକଙ୍କୁ ବାନ୍ଧି ରଖିପାରିଥିଲେ।

ମୃତ୍ୟୁ ସମୟରେ ତାଙ୍କ ପାଖରେ ତାଙ୍କ ସ୍ୱାମୀ ବନି କାପୁର ଓ କନ୍ୟା ଖୁସୀ ଉପସ୍ଥିତ ଥିଲେ। ସେ ଦୁବାଇରେ ମୋହିତ ମରୁହାଙ୍କ ବିବାହଭୋଜିରେ ଯୋଗଦେବାକୁ ଯାଇଥିବା ବେଳେ ଏହି ଦୁଃଖଦ ଘଟଣା ଘଟିଛି। ତାଙ୍କ ମୃତ୍ୟୁରେ ସାରା ବଲିଉଡ୍‌ରେ ସ୍ତବ୍ଧ ହୋଇଯାଇଛି। ଆଜି ତାଙ୍କ ମରଶରୀରକୁ ଦୁବାଇରୁ ମୁମ୍ବାଇକୁ ଅଣାଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe