ୟୁକ୍ରେନ୍‌ରେ ଅଳ୍ପକେ ବର୍ତ୍ତିଲେ ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ

Advertisment
‘ଉର୍ବଶୀ ହଟାଅ, ଋଷଭ ବଞ୍ଚାଅ!’

english.newstracklive.com

ନୂଆଦିଲ୍ଲୀ : ୟୁକ୍ରେନ ପାଇଁ ଫେବୃଆରି ୨୪ ଅତ୍ୟନ୍ତ ବିପଜ୍ଜନକ ଏବଂ ଭୟାନକ ପ୍ରମାଣିତ ହୋଇଛି। ତୁହାକୁ ତୁହା ବିମାନ ଆକ୍ରମଣ ୟୁକ୍ରେନରେ ଭୟାନକ ସ୍ଥିତି ସୃଷ୍ଟି କରିଛି । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଜଣେ ବଲିଉଡ ଅଭିନେତ୍ରୀଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି। ଯଦି ସେ ଠିକ୍ ସମୟରେ ସଠିକ୍ ପଦକ୍ଷେପ ନ ନେଇଥାନ୍ତେ, ତେବେ ସେ ମଧ୍ୟ ଏହି ଆକ୍ରମଣର ଶିକାର ହୋଇଥାନ୍ତେ।

ଦୁଇ ଦିନ ପୂର୍ବରୁ ଉର୍ବଶୀ ୟୁକ୍ରେନରେ ତାଙ୍କ ଚଳଚ୍ଚିତ୍ର ‘ଦି ଲିଜେଣ୍ଡ’ର ସୁଟିଂ କରୁଥିଲେ। ସୁଟିଂ ସମୟର କେତେକ ଭିଡିଓ ମଧ୍ୟ ସେ ସୋସିଆଲ ମିଡିଆରେ ସେୟାର କରିଥିଲେ। ଏହି ଭିଡିଓରେ ୟୁକ୍ରେନ୍‌ ରାସ୍ତାରେ ବୁଲି ବୁଲି ଉର୍ବଶୀ ପ୍ରକୃତିକୁ ଉପଭୋଗ କରୁଥିବା ଦେଖିବାକୁ ମିଳିଛି। ଯଦି ଉର୍ବଶୀ ସେଠାରେ ଆଜି ଥାଆନ୍ତେ, ତେବେ ସେ ନିଶ୍ଚିତ ବିପଦର ସମ୍ମୁଖୀନ ହୋଇଥାନ୍ତେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe