ମନୋହର ପାରିକରଙ୍କ ମୃତ୍ୟୁରେ ବଲିଉଡରେ ଶୋକର ଛାୟା, ଜାଣନ୍ତୁ କ’ଣ କହିଲେ ଅମିତାଭ, ଅକ୍ଷୟ

Advertisment
ମନୋହର ପାରିକରଙ୍କ ମୃତ୍ୟୁରେ ବଲିଉଡରେ ଶୋକର ଛାୟା, ଜାଣନ୍ତୁ କ’ଣ କହିଲେ ଅମିତାଭ, ଅକ୍ଷୟ

ମୁମ୍ବାଇ: ଗୋଆର ସର୍ବାଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ମୃତ୍ୟୁରେ ବଲିଉଡରେ ମଧ୍ୟ ଶୋକର ଛାୟା ଖେଳିଯାଇଛି। ଆସନ୍ତୁ ଜାଣିବା ମନୋହରଙ୍କ ବିୟୋଗରେ ବିଗ୍‌ ବି ଅମିତାଭ ବଚ୍ଚନଙ୍କ ଠାରୁ ଆରମ୍ଭ କରି ଅକ୍ଷୟ କୂମାରଙ୍କ ଯାଏଁ ବଲିଉଡ ତାରକାମାନେ କିଭଳି ଶୋକ ପ୍ରକାଶ କରିଛନ୍ତି ।
ଅମିତାଭ ବଚ୍ଚନ ନିଜର ଶୋକବାର୍ତ୍ତାରେ କହିଛନ୍ତି ଯେ ମନୋହର ପାରିକର ଜଣେ ମର୍ଯ୍ୟାଦାବନ୍ତ ଏବଂ ଭଦ୍ର ବ୍ୟକ୍ତି ଥିଲେ। ସେ ଅସୁସ୍ଥତାକୁ ମଧ୍ୟ ସାହସିକତାର ସହିତ ଲଢିଥିଲେ। ସ୍ୱରସାମ୍ରାଜ୍ଞୀ ଲତା ମଙ୍ଗେସକର୍‌ ଲେଖିଛନ୍ତି ‘ମନୋହର ପାରିକରଙ୍କ ସହିତ ଆମର ବହୁତ ଭଲ ସଂପର୍କ ଥିଲା। ତାଙ୍କ ବିୟୋଗରେ ଦେଶର ବହୁତ କ୍ଷତି ହୋଇଛି। ସେ ଥିଲେ ଜଣେ ସତ୍ୟନିଷ୍ଠ ବ୍ୟକ୍ତି। ଈଶ୍ୱର ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ।’

publive-image

ସୁପରଷ୍ଟାର୍‌ ଅକ୍ଷୟକୁମାର ନିଜର ଶୋକ ବ୍ୟକ୍ତି କରି ଟ୍ଵିଟରରେ ଲେଖିଛନ୍ତି ମନୋହର ପାରିକର୍‌ଙ୍କ ମୃତ୍ୟୁ ଖବର ଶୁଣି ମର୍ମାହତ। ତାଙ୍କ ସହିତ ସାକ୍ଷାତ ଓ ଆଲୋଚନାର ସୌଭାଗ୍ୟ ମିଳିଥିଲା। ତାଙ୍କ ପରିବାରକୁ ମୁଁ ସାନ୍ତ୍ୱନା ଦେଉଛି।’ ଲୋକପ୍ରିୟ ରିତେଶ ଦେଶମୁଖ କହିଛନ୍ତି ‘ମନୋହର ପାରିକର ଦେଶର ଜଣେ ତୁଙ୍ଗ ନେତା ଥିଲେ। ତାଙ୍କ ବିୟୋଗରେ ମୁଁ ଦୁଃଖିତ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe