ବଲିଉଡ୍‌ ଡ୍ରଗ୍ସ ଲିଙ୍କ : କରନ୍ ଜୋହରଙ୍କ ଧର୍ମା ପ୍ରଡକ୍ସନର ପୂର୍ବ କର୍ମଚାରୀ କ୍ଷିତିଜ୍ ପ୍ରସାଦ ଗିରଫ

ବଲିଉଡ୍‌ ଡ୍ରଗ୍ସ ଲିଙ୍କ : କରନ୍ ଜୋହରଙ୍କ ଧର୍ମା ପ୍ରଡକ୍ସନର ପୂର୍ବ କର୍ମଚାରୀ କ୍ଷିତିଜ୍ ପ୍ରସାଦ ଗିରଫ

www.indiatoday.in

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ସହ ଯୋଡ଼ି ହୋଇଥିବା ବଲିଉଡ୍ ଡ୍ରଗ୍ସ କାରବାର ନେଇ  ତଦନ୍ତ ଏବେ ଦିନକୁ ଦିନ ନୂଆ ନୂଆ ମୋଡ଼ ନେବାରେ ଲାଗିଛି। ଏହି ମାମଲାର ତଦନ୍ତ କରୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) କରନ୍ ଜୋହରଙ୍କର  ଧର୍ମା ପ୍ରଡକ୍ସନର ପୂର୍ବତନ କର୍ମଚାରୀ କ୍ଷିତିଜ୍ ପ୍ରସାଦଙ୍କୁ ଗିରଫ କରିଛି। ଏନ୍‌ସିବି ତାଙ୍କୁ ସମନ ଜାରି କରି ଗୁରୁବାର ଜେରା ପାଇଁ ଡାକିଥିବା ବେଳେ ଶୁକ୍ରବାର ଗିରଫ କରିିଥିବା ସୂଚନା ରହିଛି। ଏନ୍‌ସିବି ଡ୍ରଗ୍ସ ମାମଲାର ତଦନ୍ତ କାଳରେ କ୍ଷିତିଜ୍‌ଙ୍କ ଘରୁ ଖୁବ୍ କମ୍ ପରିମାଣ ଗଞ୍ଜେଇ ଜବତ କରିଥିଲା। ଏନସିବି ଅଧିକାରୀଙ୍କ ଅନୁଯାୟୀ, କ୍ଷିତିଜ୍‌ ଏକାଧିକ ବାର ଡ୍ରଗ୍ସ ଯୋଗାଡ଼ କରି  ବ୍ୟବହାର ଲାଗି ଅନ୍ୟମାନଙ୍କୁ ପହଞ୍ଚାଇଛନ୍ତି।

publive-image www.indiatoday.in

ଏନ୍‌ସିବି ଡ୍ରଗ୍ସ ମାମଲାର ଯାଞ୍ଚ୍‌ କରି ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଜେରା କରି ସାରିଛି। ଏନ୍‌ସିବି ଜେରା କାଳରେ ଦୀପିକା ସ୍ବୀକାର କରିଛନ୍ତି ଯେ ସେ ତାଙ୍କ ମ୍ୟାନେଜର କରିସ୍ମା ପ୍ରକାଶଙ୍କ ସହ ଡ୍ରଗ୍ସ ବିଷୟରେ ହ୍ବାଟ୍‌ସଆପ୍‌ରେ ଚାଟ କରିଥି‌ଲେ । ଦୀପିକାଙ୍କୁ ଆଜି ଜେରା କରାଯାଇଥିବା ବେଳେ ଏନ୍‌ସିବି ପୂର୍ବରୁ ତାଙ୍କ ମ୍ୟାନେଜର କରିସ୍ମାଙ୍କୁ ଜେରା କରିଥିଲା।

ସେହିପରି ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ଜେରା ପାଇଁ ଦିନ ୧ଟା ସମୟରେ ଏନ୍‌ସିବି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ତାଙ୍କୁ ୧୨.୩୦ରେ ଜେରା ପାଇଁ ଡକା ଯାଇଥିଲା। ତାହା ପୂର୍ବରୁ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କୁ ଏନ୍‌ସିବି ଜେରା ପାଇଁ ୧୧.୪୫ର ଡାକିଥିଲା। ସେ ମଧ୍ୟ ଜେରାଲାଗି ସମୟରେ ପହଞ୍ଚି ଥିଲେ। ଶ୍ରଦ୍ଧା ଡ୍ରଗ୍ସ ସେବନ କରୁଥିବା କଥା ମନା କରି ଦେଇଛନ୍ତି ଓ ଏନ୍‌ସିବି ତାଙ୍କ ଉତ୍ତରରେ ସନ୍ତୁଷ୍ଟ ନୁହେଁ ବୋଲି ଜାଣିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe