ବଲିଉଡ୍‌ ମସାଲା:‘ସଂଜୁ’ର ନୂଆ ରେକର୍ଡ

Advertisment
ବଲିଉଡ୍‌ ମସାଲା:‘ସଂଜୁ’ର ନୂଆ ରେକର୍ଡ

ମୁମ୍ବାଇ: ବଲିଉଡ୍‌ରେ ସଂଜୟ ଦତ୍ତଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ସଂଜୁ’ ବକ୍ସ ଅଫିସ୍‌ରେ ରେକର୍ଡ ସୃଷ୍ଟି କରିଛି । ରଣବୀର କପୁର ଏବେ ବକ୍ସ ଅଫିସ୍‌ରେ ରକ୍‌ ଷ୍ଟାର ସାବ୍ୟସ୍ତ ହୋଇଥିବା ବେଳେ ସେ ସୁପର୍‌ ଷ୍ଟାର୍‌ ସଲ୍‌୍‌ମାନ ଖାନ୍‌୍‌ଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି। ସଂଜୟ ଦତ୍ତଙ୍କ ଭୂମିକା ନିର୍ବାହ କରିଥିବା ରଣବୀରଙ୍କ ଚମତ୍କାର ଅଭିନୟ ଏବଂ ନିର୍ଦ୍ଦେଶକ ରାଜକୁମାର ହିରାନିଙ୍କ କାହାଣୀ ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଛି। ୩୦ ଜୁନ୍‌ରେ ରିଲିଜ୍‌୍‌ ହୋଇଥିବା ‘ସଂଜୁ’ ମାତ୍ର ୩ ଦିନ ଭିତରେ ଶହେ କୋଟି ଟଙ୍କା କମାଇବାକୁ ସକ୍ଷମ ହୋଇଛି। ପୂର୍ବରୁ ବକ୍ସ ଅଫିସରେ ଅମିର, ସଲମାନ ଓ ଶାହରୁଖଙ୍କ ରେକର୍ଡଙ୍କୁ ରଣବୀର ଭାଙ୍ଗିଛନ୍ତି। ‘ସଂଜୁ’ ମୁକ୍ତିଲାଭର ତୃତୀୟ ଦିନରେ (ରବିବାର) ୪୬.୭୧ କୋଟି ଟଙ୍କା ରୋଜଗାର କରି ଇତିହାସ ସୃଷ୍ଟି କରିଛି। ଏହା ବାହୁବଳୀ-୨କୁ ମଧ୍ୟ ଟପି ଯାଇଛି। ରେସ୍‌୍‌-୩ ଫିଲ୍ମ୍‌ଠାରୁ ମଧ୍ୟ ସଂଜୁ ଯଥେଷ୍ଟ ଆଗକୁ ବଢ଼ିଯାଇଛି। ପ୍ରଥମ ୩ ଦିନରେ ରଣବୀରଙ୍କ କୌଣସି ଫିଲ୍ମକୁ ପୂର୍ବରୁ ଏଭଳି ସଫଳତା ମିଳିନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe