ଇସ୍ଲାମାବାଦ୍: ପାକିସ୍ତାନରେ ବୃଦ୍ଧି ପାଉଥିବା ଅପରାଧ, ଯୌନ ଅପରାଧ ତଥା ନାବାଳକ ନାବାଳିକାଙ୍କ ପ୍ରତି ଯୌନ ନିର୍ଯାତନା ଘଟଣା ପାଇଁ ବଲିଉଡ୍ ସିନେମା ଦାୟୀ ବୋଲି କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍। ପାକିସ୍ତାନର ଏହି ସମସ୍ୟା ପାଇଁ ଖାଲି ବଲିଉଡ୍ ନୁହେଁ ହଲିଉଡ୍ ମଧ୍ୟ ଦାୟୀ ବୋଲି କହିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍।
FaceBookପାକିସ୍ତାନ୍ର ବୁଦ୍ଧିଜୀବୀ, ଲେଖକ ଓ ସାମ୍ବାଦିକମାନଙ୍କୁ ନେଇ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ସରକାରୀ ବାସଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ବୈଠକରେ ଅଂଶଗ୍ରହଣ କରି ପ୍ରଧାନମନ୍ତ୍ରୀ ଇମ୍ରାନ୍ କହିଛନ୍ତି ଯେ ପାକିସ୍ତାନ ଏବେ ଘୋର ସଙ୍କଟ ସମୟ ଦେଇ ଗତି କରୁଛି। ଦେଶକୁ ଏ ପରିସ୍ଥିତିରୁ ମୁକୁଳାଇବାକୁ ହେଲେ ଦେଶର ଯୁବ ସମାଜକୁ ଦାୟିତ୍ୱପୂର୍ଣ୍ଣ ଭାବେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ପଡ଼ିବ। କିନ୍ତୁ, ଦେଶର ଆର୍ଥିକ ସଙ୍କଟ ଯୁବ ସମାଜ ଭିତରେ ହତାଶା ଭାବ ଭରି ଦେଇଛି। ଆଉ ଏ ପରିସ୍ଥିତିରେ ବଲିଉଡ୍ ଓ ହଲିଉଡ୍ ସିନେମାର ମାୟାଜାଲରେ ପଡ଼ି ଓ ସେଥିରୁ ଶିକ୍ଷାଲାଭ କରି ଅପରାଧ, ଯୌନ ଅପରାଧ ତଥା ନାବାଳକ ନାବାଳିକାଙ୍କ ପ୍ରତି ଯୌନ ନିର୍ଯାତନା ଆଦି ଘଟଣାରେ ମାତି ଯାଉଛି ଦେଶର ଯୁବ ସମାଜ। ଏପରିସ୍ଥିତିରେ ସଂପ୍ରତି ଦେଶରେ ଘଟୁଥିବା ଏହି ଧରଣର ଅପରାଧ ପଛରେ ବଲିଉଡର ମସଲା ସିନେମା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ଅଭିଯୋଗ କରିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍।
Follow Us