upi.com
କିବ୍ : ଖାରକିଭରେ ପରମାଣୁ ରିଆକ୍ଟର ଥିବା ପ୍ରତିଷ୍ଠାନ ଉପରେ ରୁଷ୍ ବୋମାମାଡ଼ କରିଛି। ଏହାପରେ ରୁଷ୍ ପରମାଣୁ ଆତଙ୍କବାଦ କାର୍ଯ୍ୟରେ ଲିପ୍ତ ବୋଲି ୟୁକ୍ରେନ୍ ଅଭିଯୋଗ କରିଛି। ରୁଷ୍ର ବୋମାମାଡ଼ରେ ଖାରକିଭ ସ୍ଥିତ ଏହି ପରମାଣୁ ପ୍ରତିଷ୍ଠାନର ଅନେକ ପରୀକ୍ଷାଗାର ଛାରଖାର ହୋଇଯାଇଛି।
୨୦୦ ଉତ୍ପାଦ ରପ୍ତାନି ନିଷିଦ୍ଧ କଲା ରୁଷ୍
ମସ୍କୋ : ରୁଷ୍ ଆଜି ୨୦୦ରୁ ଅଧିକ ଉତ୍ପାଦ ରପ୍ତାନି ଉପରେ କଟକଣା ଲଗାଇଛି। ଏଥିରେ ମେଡିକାଲ ଉପକରଣ ଏବଂ କୃଷି ଯନ୍ତ୍ରପାତି ଠାରୁ ଆରମ୍ଭ କରି ରେଳ, କାର, ଟର୍ବାଇନ ପର୍ଯ୍ୟନ୍ତ ଜିନିଷଗୁଡିକ ରହିଛି। ରୁଷ ବଜାରରେ ସ୍ଥିରତା ବଜାୟ ରଖିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଏହି ନିଷେଧାଦେଶ ଚଳିତ ବର୍ଷ ଶେଷ ପର୍ଯ୍ୟନ୍ତ ରହିବ।
Follow Us