Image Source: Al Jazeera
ଅଙ୍କାରା: ବିଳମ୍ବିତ ମଙ୍ଗଳବାର ସିରୀୟ ସହର ଆଫ୍ରିନ୍ରେ ବୋମା ବିସ୍ଫୋରଣ ହେବାରୁ ୧୧ଜଣ ପିଲାଙ୍କ ସମେତ ଅନ୍ୟୂନ ୪୦ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଥିବା କଥା ତୁର୍କୀର ପ୍ରତିରକ୍ଷା ମନ୍ତ୍ରାଳୟ କହିଛି। ଏଥିପାଇଁ ମନ୍ତ୍ରାଳୟ ସିରୀୟ କୁର୍ଦିଶ୍ ‘ୱାଇପିଜି’ ଆତଙ୍କବାଦୀଙ୍କୁ ଦାୟୀ କରିଛି।
ଟୁଇଟର୍ ଯୋଗେ ବିବୃତି ଦେଇ ମନ୍ତ୍ରାଳୟ କହିଛି ଯେ ଆଫ୍ରିନ୍ର କେନ୍ଦ୍ରସ୍ଥଳରେ ଥିବା ଜନଗହଳି ଅଞ୍ଚଳରେ ବିସ୍ଫୋରଣ ଘଟିଛି। ମନ୍ତ୍ରାଳୟ ସେୟାର୍ କରିଥିବା ଏକ ଭିଡିଓରେ ଦେଖାଯାଉଛି ଯେ ଶୂନ୍ୟକୁ କଳାଧୂଆଁ ଉଠୁଥିବା ବେଳେ ଆମ୍ବୁଲାନ୍ସ ଓ ପୁଲିସ ସାଇରନ୍ ଶୁଭୁଛି।
Image Source: BBCବିଳମ୍ବିତ ମଙ୍ଗଳବାର ହୋଇଥିବା ଏହି ଆକ୍ରମଣରେ ଆହୁରି ୪୭ଜଣ ସାଧାରଣ ନାଗରିକ ଆହତ ହୋଇଥିବା ଜଣାପଡ଼ିଛି। ସିରିୟା ସମାଜସେବୀମାନେ କହିଛନ୍ତି ଯେ ଗାଡ଼ିରେ ବସିଥିବା କିଛି ଲୋକଙ୍କ ସମତେ ଅନ୍ୟ କେତେକ ଲୋକ ଏହି ବିସ୍ଫୋରଣ ଯୋଗୁଁ ପୋଡ଼ିହୋଇ ମରିଛନ୍ତି। ବିସ୍ଫୋରଣ ଯୋଗୁଁ କେତେଗୁଡ଼ିଏ କାର୍, ଗୋଟାଏ ତୈଳବାହୀ ଟ୍ୟାଙ୍କର୍ ଓ ଦୋକାନ ଆଦି ପୋଡ଼ି ଯାଇଛି।
Follow Us