ଏୟାର୍‌ ଇଣ୍ଡିଆ ବିମାନକୁ ବୋମାରେ ଉଡ଼ାଇ ଦେବା ଧମକ; ଯୋଧପୁର ବିମାନ ବନ୍ଦରରେ ହାଇଆଲର୍ଟ ଜାରି

Advertisment
ଏୟାର୍‌ ଇଣ୍ଡିଆ ବିମାନକୁ ବୋମାରେ ଉଡ଼ାଇ ଦେବା ଧମକ; ଯୋଧପୁର ବିମାନ ବନ୍ଦରରେ ହାଇଆଲର୍ଟ ଜାରି

ଯୋଦ୍ଧପୁର: ମୁମ୍ବାଇରୁ ଯୋଧପୁର ଆସୁଥିବା ବିମାନରେ କିଛି ସଂଦିଗ୍ଧ ଯାତ୍ରୀ ବିମାନକୁ ବୋମାରେ ଉଡ଼ାଇ ଦେବା ଧମକ ଦେଇଥିଲେ । ଏହି ସୂଚନା ପରେ ଯୋଧପୁର ବିମାନବନ୍ଦରରେ ହାଇଆଲର୍ଟ ଜାରି କରାଯାଇଥିଲା । ଏହାପରେ ଘଟଣାସ୍ଥଳକୁ ସିଅାଇଏସଏଫ ସୁରକ୍ଷାକମର୍ମୀଙ୍କୁ ଡକା ଯାଇଥିଲା।  ସେମାନେ ପୂରା ବିମାନବନ୍ଦର ପରିସରକୁ  ସିଲ୍ କରି ଅନୁସନ୍ଧାନ କରିବା ପରେ ୬ ଜଣ ସଂଦିଗ୍ଧ ଯାତ୍ରୀଙ୍କୁ ଅଟକ ରଖିଥିଲେ। ପଚରାଉଚରା ପରେ ୩ ଜଣଙ୍କୁ ଛାଡ଼ି ଦିଅାଯାଇଥିବା ବେଳେ ୩ ଜଣଙ୍କୁ ଅଟକ ରଖିଛନ୍ତି ସୁରକ୍ଷାକର୍ମୀ।

ସୂଚନା ଅନୁସାରେ ମୁମ୍ବାଇ-.ଯୋଧପୁର ବିମାନରେ କିଛି ସଂଦିଗ୍ଧ ଯାତ୍ରୀ ବୋମାରେ ବିମାନ ଉଡ଼ାଇବା ଧମକ ଦେଇଛନ୍ତି ବୋଲି ଅଭିଯୋଗ କରିଥିଲେ ବିମାନ କର୍ମଚାରୀ। ଏହାପରେ ଯୋଧପୁର ଡିସିପି ଅମନଦୀପ କପୁର ଓ .ବୋମା ନିଷ୍କ୍ରିୟକାରୀ ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ସିଆଇଡି ଏବଂ ସିଅାଇଏସଏଫ  ଅଧିକାରୀମାନେ ବି ବିମାନବନ୍ଦରକୁ ସିଲ୍ କରି ସମସ୍ତ ଉଡାଣ ବାତିଲ କରିଥିଲେ।।

ଏ ପରିସ୍ଥିତିରେ ବିମାନକୁ ମୁମ୍ବାଇ ଯାତ୍ରା ପାଇଁ ଅନୁମତି  ଦିଅାଯାଇ ନ ଥିଲା।  ମୁମ୍ବାଇରୁ ଆସିଥିବା ଯାତ୍ରୀମାନଙ୍କୁ  ଆରାଇଭାଲ୍‌ ଅଞ୍ଚଳରେ ରୋକା ଯାଇଥିଲା । ଫଳରେ ଯାତ୍ରୀ ଦୀର୍ଘ ସମୟ ଅଟକି ରହିଥିଲେ।

ବିମାନକୁ ବୋମା ଦ୍ୱାରା ଉଡ଼ାଇ ଦିଆଯିବା ଧମକ ମିଳିବା ପରେ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସାମ୍ନା କରିଛନ୍ତି। ଜାଣିବାକୁ ମିଳିଛି ଯେ ପୂର୍ବାହ୍ନ ୧୧ଟାରୁ ସେମାନଙ୍କୁ ବିମାନ ବନ୍ଦର ବାହାରକୁ ଛଡ଼ାଯାଇ ନାହିଁ। କେହି କେହି ଯାତ୍ରୀଙ୍କର ବ୍ୟାଗ୍‌ ମଧ୍ୟ ଖୋଲି ଦେଖାଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe