ଉତ୍ତରପ୍ରଦେଶ: ଅଯୋଧ୍ୟା ଏକ୍ସପ୍ରେସରେ ବୋମା ଧମକ

ଉତ୍ତରପ୍ରଦେଶର ବାରବାଙ୍କିରେ ଏକ ଟ୍ରେନରେ ବୋମା ଥିବା ଖବର ମିଳିବା ପରେ ଆତଙ୍କ ଖେଳିଯାଇଛି। ଏହାପରେ ଟ୍ରେନକୁ ବାରବାଙ୍କୀ ରେଳ ଷ୍ଟେସନରେ ଅଟକାଇ ଯାତ୍ରୀମାନଙ୍କୁ ସ୍ଥାନାନ୍ତର କରାଯାଇଥିଲା।

trn

ବାରାବାଙ୍କି : ଉତ୍ତରପ୍ରଦେଶର ବାରବାଙ୍କିରେ ଏକ ଟ୍ରେନରେ ବୋମା ଥିବା ଖବର ମିଳିବା ପରେ ଆତଙ୍କ ଖେଳିଯାଇଛି। ଏହାପରେ ଟ୍ରେନକୁ ବାରବାଙ୍କୀ ରେଳ ଷ୍ଟେସନରେ ଅଟକାଇ ଯାତ୍ରୀମାନଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଜିଆରପି, ଆରପିଏଫ ଓ ବେସାମରିକ ପୁଲିସ କର୍ମଚାରୀଙ୍କ ସହ ବୋମା ନିଷ୍କ୍ରିୟକାରୀ ସାମରିକ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ବର୍ତ୍ତମାନ କୌଣସି ସନ୍ଦେହଜନକ ଜିନିଷ ମିଳିନଥିବା ବେଳେ ତଦନ୍ତ ଜାରି ରହିଛି। ବାରାବାଙ୍କୀ ରେଳ ଷ୍ଟେସନରେ ଏସପି ଓ ଡିଏମଙ୍କ ସମେତ ବ୍ୟାପକ ପୋଲିସ ଫୋର୍ସ ଉପସ୍ଥିତ ଅଛନ୍ତି ।

ପୁଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ଅଯୋଧ୍ୟାରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ଅଯୋଧ୍ୟା ଏକ୍ସପ୍ରେସ୍ ୧୪୨୦୫ର ଏସ୍-୮ ବଗିର ଶୌଚାଳୟରେ ଏକ ବାର୍ତ୍ତା ଲେଖାଯାଇଥିଲା, ଯେଉଁଥିରେ ଲକ୍ଷ୍ନୌ ଚାରିବାଗ ରେଳ ଷ୍ଟେସନରେ ଏହାକୁ ବୋମା ଦ୍ବାରା ଉଡ଼ାଇ ଦିଆଯିବ ବୋଲି କୁହାଯାଇଥିଲା।  ଏହି ସୂଚନା ମିଳିବା ମାତ୍ରେ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା ।

ଅଯୋଧ୍ୟାରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ଅଯୋଧ୍ୟା ଏକ୍ସପ୍ରେସ୍ ୧୪୨୦୫ର ଏସ୍-୮ ବଗିର ଶୌଚାଳୟରେ ଏକ ବାର୍ତ୍ତା ଲେଖାଯାଇଥିଲା, ଯେଉଁଥିରେ ଲକ୍ଷ୍ନୌ ଚାରିବାଗ ରେଳ ଷ୍ଟେସନରେ ଏହାକୁ ବୋମା ଦ୍ବାରା ଉଡ଼ାଇ ଦିଆଯିବ ବୋଲି କୁହାଯାଇଥିଲା।

ଅଯୋଧ୍ୟା ଏକ୍ସପ୍ରେସରେ ବୋମା ଧମକ ମିଳିଥିବା ସୂଚନା ପାଇବା ପରେ ଟ୍ରେନକୁ ବାରବାଙ୍କୀ ରେଳ ଷ୍ଟେସନରେ ଅଟକାଇ ଦିଆଯାଇଥିଲା । ଏହାପରେ ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇ ରେଳବାଇ ପୁଲିସ (ଜିଆରପି), ଆରପିଏଫ୍ ଓ ସ୍ଥାନୀୟ ପୁଲିସ ଟ୍ରେନର ବଗିଗୁଡ଼ିକରେ ଘନ ଘନ ତଲାସି କରିଥିଲେ। ଏହା ସହ ବୋମା ନିଷ୍କ୍ରିୟକାରୀ ଦଳ ଏବଂ ସାମରିକ ଟିମ୍ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe